ପଶ୍ଚିମବଙ୍ଗ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟିଏମସି’ରେ ସାମିଲ

ଦେଶବିଦେଶ
ସେୟାର କରନ୍ତୁ

କୋଲକାତା: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଅଭିଜିତ ମୁଖାର୍ଜୀ 2012 ଏବଂ 2014 ରେ ବଙ୍ଗଳାର ଜଙ୍ଗିପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ଟିକେଟରେ ଜିତିଥିଲେ । 2019 ମସିହାରେ ମଧ୍ୟ କଂଗ୍ରେସ ତାଙ୍କୁ ଏହି ଆସନରୁ ଟିକେଟ ଦେଇଥିଲା କିନ୍ତୁ ସେ ଜିତିବାରେ ସଫଳ ହୋଇପାରିନଥିଲେ ।

କହିବାକି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ଅନେକ ନେତା ଟିଏମସିରେ ଯୋଗ ଦେଉଛନ୍ତି । ନିକଟରେ ମୁକୁଲ ରାୟ ବିଜେପିରୁ ଟିଏମସିକୁ ଫେରିଥିଲେ । ଏବେ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି ।

ଉଲ୍ଲେଖ ଥାଉ କି ନିକଟରେ କୋଲକାତାରେ ନକଲି ଟୀକାକରଣ ମାମଲା ଉଠିଥିଲା କିନ୍ତୁ ଅଭିଜିତ ବାନାର୍ଜୀ ନକଲି ଟିକା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ । ସେବେ ଠାରୁ ଅଟକଳ ଲଗାଯାଉ ଥିଲା କି ଅଭିଜିତ ବାନାର୍ଜୀ କଂଗ୍ରେସ ଛାଡି ପାରନ୍ତି ।

ଅଭିଜିତ୍ ମୁଖାର୍ଜୀ ଟ୍ୱିଟରରେ ଲେଖିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଭୁଲ କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଏବଂ ମମତା ବାନାର୍ଜୀଙ୍କୁ ଦାୟୀ କରିବା ଠିକ୍ ନୁହେଁ । ଯଦି ଏହା ହେଉଛି, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ମେହୁଲ ଚୋକସି, ନୀରବ ମୋଦୀ ଏବଂ ବିଜୟ ମାଲ୍ୟାଙ୍କ ସହ ଜଡିତ ମାମଲା ପାଇଁ ଦାୟୀ କରାଯାଇପାରିବ । ବଡ଼ କଥା ଏହା ହେଉଛି କି ବେଙ୍ଗଲ କଂଗ୍ରେସର ଅଧକ୍ଷ ଅଧୀର ରଞ୍ଜନ ଚୌଧୁରୀ ଏହି ମାମଲା ଉପରେ ମମତାଙ୍କ ଉପରେ ଜବାବ ମାଗିଥିଲେ ।


ସେୟାର କରନ୍ତୁ