Mimi New Song: କାତିଲାନା ପ୍ରଦର୍ଶନ ଏବଂ ଜବରଦସ୍ତ ଡ୍ୟାନ୍ସ ମୁଵସ ସହିତ କ୍ରିତି ସେନନ୍ ଜିତିଲେ ପ୍ରଶଂସକଙ୍କ ହୃଦୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କ୍ରିତି ସେନନ ନିଜର ଦମଦାର ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାକୁ ଆଉ ଥରେ ପ୍ରସ୍ତୁତ । କ୍ରିତି ନିଜର ଆଗାମୀ ଫିଲ୍ମ ମିମି ପାଇଁ ଚର୍ଚାରେ ଅଛନ୍ତି । ଯେବେଠାରୁ ଏହି ଫିଲ୍ମର ପୋଷ୍ଟର ଠାରୁ ନେଇକରି ଟ୍ରେଲର ପର୍ଯ୍ୟନ୍ତ ପ୍ରଶଂସକଙ୍କ ମଧ୍ୟରେ ପରିଚିତ ହୋଇଛି, ସେବେଠାରୁ ଲୋକଙ୍କ ମଧ୍ୟରେ ଏହି ଫିଲ୍ମ ବିଷୟରେ ବହୁତ ଉସ୍ଚୁକତା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ମଧ୍ୟରେ ଏହି ଫିଲ୍ମର ପ୍ରଥମ ଗୀତ ମୁକ୍ତିଲାଭ କରିଛି । ଯାହାକି ଦୁଇ ଦିନରେ ୟୁଟ୍ୟୁବରୁ ନେଇକରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଧମାଲ ମଚେଇ ଦେଇଛି ।

ମିମି ଫିଲ୍ମର ପ୍ରଥମ ଗୀତ ହେଉଛି ‘ପରମ ସୁନ୍ଦରୀ’ । ଯେଉଁଥିରେ କ୍ରିତି ନିଜର କାତିଲାନା ପ୍ରଦର୍ଶନଠୁ ନେଇକରି ଜବରଦସ୍ତ ଡ୍ୟାନ୍ସ ମୁଵସ ପର୍ଯ୍ୟନ୍ତ ପ୍ରଶଂସକଙ୍କୁ ଘାୟଲ କରିବା କାର୍ଯ୍ୟ କରିଛନ୍ତି । ଏହି ଗୀତଟିକୁ ମାହିର ଗାୟିକା ଶ୍ରେୟା ଘୋଷାଲ ଗାଇଛନ୍ତି ଏବଂ ଭେଟେରାନ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫି କରିଛନ୍ତି । ସୋନି ମ୍ୟୁଜିକ୍ ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଥିବା ଏହି ଗୀତକୁ ଦୁଇ ଦିନ ମଧ୍ୟରେ 3 କୋଟିରୁ ଅଧିକ ଥର ଦେଖାଯାଇଛି । ଏଥି ସହିତ ଲକ୍ଷ ଲକ୍ଷ ଲୋକ ଏହି ଗୀତରେ ଲାଇକ୍ ବଟନ୍ ଦବାଇ ନିଜ ଭଲ ପାଇବା ବରଷାଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…


ସେୟାର କରନ୍ତୁ