ମୌସୁମୀ ସମୟରେ ଏହି ଜିନିଷ କରନ୍ତୁ ସେବନ, ଦୂର ହେବ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ 10 ସମସ୍ୟା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

Health Tips: ମୌସୁମୀ ଋତୁରେ ଖାଦ୍ୟ ସାମଗ୍ରୀ ବିଷୟରେ ଅନେକ ଚିନ୍ତା କରିବାକୁ ପଡିଥାଏ । କାରଣ ଏହି ଋତୁରେ ଏପଟ ସେପଟ ଖାଇବା କାରଣରୁ ଅସୁସ୍ଥ ହେବାର ଆଶଙ୍କା ଥାଏ । ଲୋକମାନେ କୁହନ୍ତି ଯେ ମୌସୁମୀ ସମୟରେ ଶାଗ ଖାଇବା ଉଚିତ୍ ନୁହେଁ, କ୍ଷୀର ଏବଂ କଦଳୀ ଖାଇବା ଉଚିତ୍ ନୁହେଁ । କିନ୍ତୁ କ’ଣ ଖାଇବାକୁ ହେବ କେହି କୁହନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ ଯାହା ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ । ମୌସୁମୀ ସମୟରେ ମହୁ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ମହୁ କିପରି ଖାଇପାରିବେ ଏବଂ ଏହାକୁ ଖାଇ କେଉଁ ରୋଗକୁ ଦୂରେଇ ରଖାଯାଏ ଜାଣନ୍ତୁ ।

ମହୁ ଖାଇବାର ପଦ୍ଧତି ଏବଂ ଉପଯୁକ୍ତ ସମୟ
ପ୍ରତିଦିନ ସକାଳେ ଉଷୁମ ପାଣିରେ ଏକ ଚାମଚ ମହୁ ମିଶାଇ ଏହାକୁ ଖାଇ ପାରିବେ ।
ଏକ ଚାମଚ ଅଦା ରସକୁ ଦୁଇ ଚାମଚ ମହୁରେ ମିଶାଇ ଖାଇ ପାରିବେ ।
ଏକ ଚାମଚ ମହୁକୁ ଉଷୁମ କ୍ଷୀରରେ ମିଶାଇ ପ୍ରତିଦିନ ଖାଆନ୍ତୁ ।
ପ୍ରତିଦିନ ଏକରୁ ଦୁଇ ଚାମଚ ମହୁ ଏମିତି ମଧ୍ୟ ଖାଇପାରିବେ ।
ହାଲୁକା ଉଷୁମ ପାଣିରେ ଲେମ୍ବୁ ମିଶାଇ ସେଥିରେ ମହୁ ମିଶାଇ ମଧ୍ୟ ଖାଇ ପାରିବେ |

ମହୁରୁ ଏମିତି ମିଳିଥାଏ ଲାଭ
1- ମହୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ।
2- ମହୁ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ।
3- ମହୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ ।
4- କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
5- ଗଳା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରେ ।
6- ଥକ୍କା ଏବଂ ଦୁର୍ବଳତା ଦୂର କରିବାରେ ସାହାଯ୍ୟ କରେ ।
7- ଅନିଦ୍ରା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।
8- କାଶ ଏବଂ ଥଣ୍ଡା ସମସ୍ୟା ଦୂର କରେ ।
9- ମାଂସପେଶୀର ଥକାପଣ ଏବଂ କଷ୍ଟରୁ ମୁକ୍ତି ଦେଇଥାଏ ।
10- ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ।

ମହୁରେ ମିଳୁଥିବା ପୋଷକ ତତ୍ତ୍ୱ
ମହୁରେ ଏଣ୍ଟି-ବ୍ୟାକ୍ଟେରିୟଲ ଏବଂ ଏଣ୍ଟିସେପ୍ଟିକ୍ ଗୁଣ ରହିଛି । ଏହା ସହିତ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଭିଟାମିନ୍ ଏ, ବି, ସି, ଜିଙ୍କ୍, କପର, ଆଇରନ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଫସଫରସ୍, ପୋଟାସିୟମ୍ ଏବଂ ସୋଡିୟମ୍ ପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ଅଟେ ।


ସେୟାର କରନ୍ତୁ