Coronavirus Today: ଦେଶରେ ଛଅ ଦିନ ପରେ କମିଲା କରୋନା ମାମଲା, ଆକ୍ଟିଭ କେସ ଚାରି ଲକ୍ଷରୁ ଅଧିକ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ ଛଅ ଦିନ ହେବ ଲଗାତାର 40 ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଥିଲା । ଏବେ ନୂଆ କରୋନା ମାମଲା କମିଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 30 ହଜାର 549 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 422 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 38 ହଜାର 887 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 30 ହଜାର 549
ଏପର୍ଯ୍ୟନ୍ତ ମୋଟ ମାମଲା -3 କୋଟି 17 ଲକ୍ଷ 26 ହଜାର 507

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 38 ହଜାର 887
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -3 କୋଟି 8 ଲକ୍ଷ 96 ହଜାର 354

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4 ଶହ 22
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 25 ହଜାର 195

ମୋଟ ଆକ୍ଟିଭ କେସ- ଚାରି ଲକ୍ଷ 4 ହଜାର 958

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 2 ଅଗଷ୍ଟ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 47 କୋଟି 12 ଲକ୍ଷ 94 ହଜାର 789 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 16 ଲକ୍ଷ 49 ହଜାର 295 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ