କମୁଛି ସଂକ୍ରମଣ, ରାଜ୍ୟରେ ଚିହ୍ନଟ ହେଲେ 1208 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଅଛି । ରାଜ୍ୟରେ 24 ଘଣ୍ଟାରେ 1 ହଜାର 208 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 84 ହଜାର 731କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1208 ଜଣଙ୍କ ମଧ୍ୟରୁ 702 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 506 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 984731 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 13006ଟି ଆକ୍ଟିଭ କେସ୍ ରହିଅଛି ଏବଂ 965370 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ