‘ଭୁତ ପୋଲିସ୍’ ର ଗୀତ ‘ଆଇ ଆଇ ଭୁତ ପୋଲିସ୍’ ରିଲିଜ, ଦେଖିବାକୁ ମିଳୁଛି ଜ୍ୟାକଲିନ୍, ସୈଫ ଏବଂ ଅର୍ଜୁନ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ସୈଫ ଅଲି ଖାନ୍, ଅର୍ଜୁନ କପୁର ଏବଂ ୟାମି ଗୌତମଙ୍କ ହରର ଫିଲ୍ମ ‘ଭୁତ ପୋଲିସ୍’ ର ନୂଆ ଗୀତ ରିଲିଜ ହୋଇଛି । ଆଗରୁ ଫିଲ୍ମର ଟ୍ରେଲରରେ ଅର୍ଜୁନ କପୁର ଏବଂ ସୈଫ ଅଲି ଖାନଙ୍କ ଅନ୍ଦାଜକୁ ଖୁବ ପସନ୍ଦ କରାଯାଇଛି । ବର୍ତ୍ତମାନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ସୈଫ ଅଲି ଖାନ୍ ଏବଂ ଅର୍ଜୁନ କପୁରଙ୍କ ଜବରଦସ୍ତ କେମେଷ୍ଟ୍ରି ଵାଲା ଗୀତ ‘ଆଇ ଆଇ ଭୁତ ପୋଲିସ୍’ ରିଲିଜ ହୋଇ ସାରିଛି I ଏହି ଗୀତରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗ୍ଲାମରସ ଷ୍ଟାଇଲ ମଧ୍ୟ ଦେଖିବାକୁ ମିଳୁଛି ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ସୈଫ ଅଲି ଖାନ୍ ଏବଂ ଅର୍ଜୁନ କପୁର ‘ଆଇ ଆଇ ଭୁତ ପୋଲିସ୍’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଏହା ସହିତ ଏହା ଏକ ଡ୍ୟାନ୍ସ ନମ୍ବର ଅଟେ । ଏହି ଗୀତକୁ ବିଶାଲ ଦଦଲାନି ଏବଂ ସୁନୀଧି ଚୌହାନ ଗାଇଛନ୍ତି । ଏହାର ସଙ୍ଗୀତ ସଚିନ ଜିଗର କମ୍ପୋଜ କରିଛନ୍ତି । ଏହି ଗୀତର ରେପ୍ ମେଲୋ ଡି ଦ୍ୱାରା ହୋଇଥିବାବେଳେ ଏହି ଗୀତର କୋରିଓଗ୍ରାଫି ରେମୋ ଡି’ସୁଜାଙ୍କ ଦ୍ୱାରା କରାଯାଇଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ..

‘ଭୁତ ପୋଲିସ୍’ରେ ଜାଭେଦ୍ ଜାଫ୍ରି ଏବଂ ଜେମି ଲିଭର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ପୱନ କ୍ରିପଲାନି ଦେଇଛନ୍ତି । ଏହା ରମେଶ ତୋରାନୀ, ଅକ୍ଷୟ ପୁରୀ ଏହାର ନିର୍ମାତା ଅଟନ୍ତି । ଡିସେନି ପ୍ଲସ ହଟଷ୍ଟାରରେ 17 ସେପ୍ଟେମ୍ବର 2021 ରେ ‘ଭୁତ ପୋଲିସ୍’ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ