ପୂଜା ହେଗଡେ ବିକିନି ପିନ୍ଧି ଉପଭୋଗ କଲେ ମୌସମର ମଜା, ଲୁକସ ଦେଖି ପାଗଳ ହେଲେ ପ୍ରଶଂସକ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ଖୁବ୍ ଶୀଘ୍ର ଅନେକ ଶକ୍ତିଶାଳୀ ଟଲିଉଡ ଏବଂ ବଲିଉଡ ଚଳଚ୍ଚିତ୍ରରେ ଧମାଲ ମଚେଇବା ପାଇଁ ଯାଉଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ବ୍ୟାପିରେ ଲାଗିଛି । ଏଥିସହ ପୂଜା ପୁଣି ଥରେ ନିଜର ସୁପର ହଟ ଫଟୋ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ହଇଚଇ ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀ ସମୁଦ୍ର କୂଳରେ ସୂର୍ଯ୍ୟଙ୍କୁ ଉପଭୋଗ କରୁଥିବା ନଜର ଆସିଛନ୍ତି ।

ପୂଜା ହେଗଡେ COVID-19 ମହାମାରୀ ସମୟରେ ନିଜ ସମୟକୁ ଉପଭୋଗ କରୁଥିବା ଦେଖାଯାଏ । ଏହି ସମୟରେ ଅଭିନେତ୍ରୀ ଏକ ଜାଲି ବିକିନି ପିନ୍ଧିଥିବା ଏକ ଅତି ବୋଲ୍ଡ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ର କୂଳରେ ଖୋଲା କେଶ ଲହରାଇ ସୂର୍ଯ୍ୟ କିରଣ ଉପଭୋଗ କରୁଥିବା ଦେଖାଯାଏ । ଅଭିନେତ୍ରୀଙ୍କ ନୋ-ମେକଅପ୍ ଲୁକ୍ ଏବଂ ଗ୍ଲାମରସ୍ ଷ୍ଟାଇଲ୍ ଚର୍ଚାରେ ଅଛି ।

ଏହି ଗ୍ଲାମରସ୍ ଫଟୋ ଶେୟାର କରି ‘ରାଧେ ଶ୍ୟାମ’ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ମୁଁ ସବୁବେଳେ ମୋର ଚମକ ନେଇ ଚାଲିଥାଏ ।’ ପୂଜାଙ୍କର ପ୍ରତ୍ୟେକ ଫଟୋ ପରି ତାଙ୍କର ଏହି ଫଟୋ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଇନଷ୍ଟାଗ୍ରାମ ଦୁନିଆରେ ପ୍ରାୟ 14 ଲକ୍ଷ ଲାଇକ୍ ପାଇଛି । କେବଳ ଏତିକି ନୁହେଁ, ପ୍ରଶଂସକଙ୍କ ସମେତ ମନୋରଞ୍ଜନ ଜଗତର ତାରକାମାନେ ମଧ୍ୟ ପୋଷ୍ଟରେ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଅଛି ।

ପ୍ରସିଦ୍ଧ ସେଲିବ୍ରିଟି ଡିଜାଇନର୍ ମନୀଷ ମଲହୋତ୍ରା ପୂଜାଙ୍କ ଫଟୋରେ ଫାୟାର ଵାଲା ଇମୋଜି ଦେଇଛନ୍ତି | ଏଥି ସହିତ, ଜଣେ ୟୁଜର ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ପୂଜା ଜୀ, ତୁମେ ବହୁତ ସୁନ୍ଦର ।’ ଅନ୍ୟ ଜଣେ ଲେଖିଛନ୍ତି, ‘ମ୍ୟାଡାମ୍ ତୁମେ ତାପମାତ୍ରା ବଢ଼ାଇଛ।’ ଅନ୍ୟ ଜଣେ ଲେଖିଛନ୍ତି, ‘ତୁମେ ମୋର ପ୍ରିୟ ଅଭିନେତ୍ରୀ ।’ ସେହିଭଳି ଅନ୍ୟ ପ୍ରଶଂସକମାନେ ମଧ୍ୟ ହାର୍ଟ ଏବଂ ଫାୟାର ଇମୋଜି ପକାଇ ପୂଜାଙ୍କ ପ୍ରତି ନିଜର ଭଲପାଇବା ଦର୍ଶାଉଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀଙ୍କ କାର୍ଯ୍ୟ କ୍ଷେତ୍ରରେ ସେ ଖୁବ୍ ଶୀଘ୍ର ଟଲିଉଡ ସମେତ ବଲିଉଡ ଫିଲ୍ମରେ ଧମାଲ ମଚେଇବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ରାଧେ ଶ୍ୟାମ, ଆଚାର୍ଯ୍ୟ, ବିଷ୍ଟ, ମୋଷ୍ଟ ଏଲିଜିବଲ୍ ବ୍ୟାଚେଲର୍, କାବି ଇଦ୍ କଭୀ ଦିୱାଲି ଏବଂ ସର୍କସ୍ ଭଳି ସିନେମାରେ ନଜର ଆସିବେ ।


ସେୟାର କରନ୍ତୁ