ରାଜ୍ୟ କ୍ୟାବିନେଟରେ 14ଟି ପ୍ରସ୍ତାବ ଅନୁମୋଦନ, ପାରିତ ହେଲା ଇ-ଯାନ ପଲିସି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିଛି । ବୈଠକରେ 14ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଅଛି । ବିଦ୍ୟୁତ ଚାଳିତ ଗାଡ଼ି ବା ଇ-ଯାନ ପଲିସିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ । ଦୁଇ ଚକିଆ ଯାନ ପାଇଁ 5 ହଜାର ଟଙ୍କାର ରିହାତି ଦିଆଯିବା ବ୍ୟବସ୍ଥା ରହିଛି । ସେହିପରି ତିନି ଚକିଆ ପାଇଁ 12 ହଜାର ଓ 4 ଚକିଆ ପାଇଁ ସର୍ବାଧିକ 1 ଲକ୍ଷ ଟଙ୍କା ରିହାତି ମିଳିପାରେ । 2025 ସୁଦ୍ଧା ସମସ୍ତ ଯାନ ଉପରେ 20 ପ୍ରତିଶତ ଇ-ଯାନ ପାଇଁ ବ୍ୟବସ୍ଥା ରହିବାର ବ୍ୟବସ୍ଥା କରାଯାଇଛି ।

କହିବାକି ଏହା ପରେ ମଧ୍ୟ ଆହୁରି ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ୍ ମୋହର ବାଜିଛି । ଓଡିଶା ଭେଟେନାରୀ ସର୍ଭିସ୍ କ୍ୟାଡର ସଂଶୋଧନକୁ ମଞ୍ଜୁରୀ ମିଳିଛି । ଆଉ 429 ପଦବୀ ବଢିବ ଏବଂ ଏହା 1481 ରୁ ବଢି 1910 ହେବ । ଏଡେଡ୍ କଲେଜ ରିଟାୟାର ବେନିଫିଟ୍ ସ୍କିମକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦ ମିଳିଛି । କଲେଜ ଅଧ୍ୟକ୍ଷ ଏଣିକି ଷ୍ଟାଫଙ୍କ ପ୍ରୋଭିଜିନାଲ ପେନସନ କରି ପାରିବେ । ସେହିପରି ଆଞ୍ଚଳିକ ନିର୍ଦ୍ଦେଶକ କଲେଜ୍ ଅଧ୍ୟକ୍ଷମାନଙ୍କ ପେନସନ କରି ପାରିବେ । ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ପଲିସି ଆସିବ । ଏହାକୁ ଦୃଷ୍ଟିରେ ରଖି ଓଡିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।


ସେୟାର କରନ୍ତୁ