ହାତୀପଲ ଘର ଭାଙ୍ଗିଲେ, ହାବୁଡ଼ରେ ପଡି ଜଣଙ୍କ ମୃତ୍ୟୁ

ରାଜ୍ୟ
ସେୟାର କରନ୍ତୁ

ରାଇଘର: ଗତକାଲି ରାତିରେ ହାତୀପଲଙ୍କ ହାବୁଡ଼ରେ ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୃତ୍ୟୁ ବ୍ୟକ୍ତି ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବର୍ତ୍ତି ହାଟଭରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ସିଉନାପାଲି ଗ୍ରାମର ତେଜୁ ଗଣ୍ଡ (60) । ଛତିଶଗଡ଼ ଅଞ୍ଚଳରୁ ଏକ ହାତୀପଲ ଆସି ଦଳି ମାରି ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 2 ଟା ସମୟରେ ଏକ ହାତୀପଲ ଛତିଶଗଡ଼ ଅଞ୍ଚଳର ବୋରେଇ ଜଙ୍ଗଲରୁ ଘୁଟକେଲ୍ ଦେଇ ଓଡ଼ିଶା ସୀମାନ୍ତର ଖିଲୋଲି ଜଙ୍ଗଲକୁ ପଶି ଆସିଥିଲେ । ହାତୀପଲ କାନାଡ଼ିହି, ସିଉନାପାଲି ଓ ଝଟିଆରପାରା ଚାଷ ଜମି ଦେଇ ମାରିଗାଁ ପର୍ଯ୍ୟନ୍ତ ଯାଇ ହାତୀପଲ ପୁଣି ପଛକୁ ଫେରିଥିଲେ ।

ଏହି ହାତୀପଲ ଫେରିବା ସମୟରେ ସିଉନାପାଲି ଗ୍ରାମ ଭିତରକୁ ପଶି ଆସିଥିଲେ । ରାତି ପ୍ରାୟ 3ଟା ସମୟରେ ହାତୀପଲର ଗର୍ଜନ ଶୁଣି ଲୋକେ ବାହାରକୁ ବାହାରି ତଡ଼ିବା ଆରମ୍ଭ କରିଥିଲେ । ଠିକ୍ ଏହି ସମୟରେ ତେଜୁ ଗଣ୍ଡ ମଧ୍ୟ ଘରୁ ବାହାରି ଆସି ହାତୀପଲ ହାବୁଡ଼ରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି ।


ସେୟାର କରନ୍ତୁ