ରୋହିତ ଶର୍ମା ଛକା ମାରି ଭାଙ୍ଗିଲେ କପିଲ ଦେବଙ୍କ ରେକର୍ଡ, ଟେଷ୍ଟ କ୍ରିକେଟରେ କଲେ ସ୍ପେସିଆଲ କାରନାମା

ଖେଳ
ସେୟାର କରନ୍ତୁ

ENG vs IND: ଲିଡ୍ସ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସ ସମୟରେ ରୋହିତ ଶର୍ମା ଚମତ୍କାର ବ୍ୟାଟିଂ କରିଛନ୍ତି । ରୋହିତ ମଧ୍ୟ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଦ୍ୱିତୀୟ ଇନିଂସରେ ହିଟ୍ ମ୍ୟାନ୍ ଗୋଟିଏ ଛକା ମାରିବା ମାତ୍ରେ ସେ କପିଲ ଦେବଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି । ରୋହିତ ଟେଷ୍ଟ କ୍ରିକେଟ୍ ଇତିହାସରେ ଭାରତ ପାଇଁ ସର୍ବାଧିକ ଛକା ମାରିବାରେ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତେବେ ହିଟ୍ ମ୍ୟାନ୍ କପିଲ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି । କପିଲ ଦେବ ନିଜର ଟେଷ୍ଟ କ୍ୟାରିୟରରେ 61 ଛକା ମାରିଥିଲେ । ଏଥି ସହିତ ରୋହିତ ବର୍ତ୍ତମାନ ଗୋଟିଏ ଛକା ମାରି ଟେଷ୍ଟ କ୍ରିକେଟରେ 62 ଛକା ମାରିଛନ୍ତି ।

ରୋହିତ ଶର୍ମା ଇଂଲଣ୍ଡ ବୋଲର ରବିନସନଙ୍କ ବଲରେ ଉପର କଟ୍‌ ମାରି ଛକା ଲଗାଇ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ । ରୋହିତଙ୍କ ଏହି ଛକାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମରିବାର ରେକର୍ଡ ବିରେନ୍ଦର ସେହୱାଗଙ୍କ ନାମରେ ଅଛି । ସେହୱାଗ ନିଜର କ୍ୟାରିୟରରେ 91 ଛକା ମାରିଥିଲେ । ଏହି ପରିପ୍ରେକ୍ଷୀରେ ଧୋନି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ମାହି ଟେଷ୍ଟରେ ମୋଟ 78 ଛକା ମାରିଛନ୍ତି । ତିନି ନମ୍ବରରେ ସଚିନ ତେନ୍ଦୁଲକର ଅଛନ୍ତି, ତାଙ୍କ ନାମରେ ଟେଷ୍ଟରେ 69 ଟି ଛକା ରହିଛି ।

ଏହା ସହିତ କହିବାକି ଟେଷ୍ଟ କ୍ରିକେଟରେ କେଉଁ ବ୍ୟାଟ୍ସମ୍ୟାନ୍ ସର୍ବାଧିକ ଛକା ଲଗାଇଛନ୍ତି, ତେବେ ସେହି ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ବ୍ରାଣ୍ଡାମ ମ୍ୟାକକୁଲମ୍ । ମ୍ୟାକକୁଲମ୍ ନିଜର ଟେଷ୍ଟ କ୍ୟାରିୟରରେ ମୋଟ 107 ଛକା ମାରିଛନ୍ତି । ଅଷ୍ଟ୍ରେଲିଆର ଗିଲକ୍ରିଷ୍ଟ 100 ଟି ଛକା ମାରିଥିବା ବେଳେ କ୍ରିସ ଗେଲ ଟେଷ୍ଟରେ 98 ଛକା ମାରିଛନ୍ତି ।

ଟେଷ୍ଟ କ୍ରିକେଟ୍ ଇତିହାସରେ ମ୍ୟାକକୁଲମ୍ ଏବଂ ଗିଲକ୍ରିଷ୍ଟ ଏମିତି କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ୍ ଅଟନ୍ତି, ଯାହାଙ୍କ ନାମରେ 100 କିମ୍ବା ଅଧିକ ଛକା ମାରିବାର ରେକର୍ଡ ରହିଅଛି ।


ସେୟାର କରନ୍ତୁ