ରାଜ୍ୟରେ ଚିହ୍ନଟ ହେଲେ 849 ନୂଆ କରୋନା ପଜିଟିଭ, ମୋଟ ପଜିଟିଭ ସଂଖ୍ୟା 1006503 ରାଜ୍ୟ August 29, 2021August 29, 2021 Truthink ସେୟାର କରନ୍ତୁ ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗି ଅଛି । ରବିବାର ରିପୋର୍ଟ ମୁତାବକ, ରାଜ୍ୟରେ ପୂର୍ବ 24 ଘଣ୍ଟାରେ 8 ଶହ 49 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 06 ହଜାର 503କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 849 ଜଣଙ୍କ ମଧ୍ୟରୁ 491 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 358 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଏହା ଭିତରେ ମଧ୍ୟ 0ରୁ 18 ବର୍ଷ ବୟସର ପିଲା 24 ଘଣ୍ଟାରେ 119 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । 4. Bhadrak: 105. Balangir: 16. Boudh: 57. Cuttack: 988. Deogarh: 119. Dhenkanal: 2110. Ganjam: 411. Jagatsinghpur: 2112. Jajpur: 3213. Jharsuguda: 114. Kalahandi: 315. Kandhamal: 216. Kendrapada: 2717. Keonjhar: 1618. Khurda: 36119. Koraput: 420. Malkangiri: 1— I & PR Department, Odisha (@IPR_Odisha) August 29, 2021 21. Mayurbhanj: 2022. Nayagarh: 1423. Nuapada: 224. Puri: 2825. Rayagada: 226. Sambalpur: 1527. Sundargarh: 1628. State Pool: 78New recoveries: 956Cumulative tested: 17947361Positive: 1006503Recovered: 990796Active cases: 7820— I & PR Department, Odisha (@IPR_Odisha) August 29, 2021 ଏବେ ରାଜ୍ୟରେ ମୋଟ 1006503 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 7820ଟି ଆକ୍ଟିଭ କେସ୍ ରହିଅଛି ଏବଂ 990796 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେୟାର କରନ୍ତୁ