କଙ୍କଡ଼ାହାଡ଼: ପିସିସି ସଭାପତିଙ୍କ ଗ୍ରସ୍ତରେ ସାଧାରଣ ସଭା

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନିର୍ବାଚନ ମଣ୍ଡଳୀ ଗୁଡିକରେ ନେତାଙ୍କ ଭିଡ଼ ସେତିକି ଦେଖିବାକୁ ମିଳୁଛି । କେହି କେହି ନିଜର ସଂଗଠନ ସଜାଡିବାରେ ବ୍ୟସ୍ତ ତ ଆଉ କେହି କେହି ନିର୍ବାଚନକୁ ଓଲ୍ଲହାଇବା ପାଇଁ ନିଜର କ୍ଷେତ୍ର ପ୍ରସ୍ତୁତ କରିବାରେ ବ୍ୟସ୍ତ ।

ତେବେ ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିଛି ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଂଗ୍ରେସ । ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଯୁବନେତା ରଂଜିତ କୁମାର ସାହୁ (ଟୁଟୁ)ଙ୍କ ନେତୃତ୍ୱରେ ଏବଂ ପରଜଙ୍ଗ ବ୍ଲକ କଂଗ୍ରେସ ସଭାପତି ବିଜୟ କୁମାର ରାଓତରାୟ ଓ କଙ୍କଡ଼ାହାଡ଼ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ସାହୁଙ୍କ ପୂର୍ଣ ସହଯୋଗରେ ହଜାର ହଜାର କର୍ମୀମାନଙ୍କ ସହ କଙ୍କଡ଼ାହାଡ଼ର ମରୁଆବିଲରେ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇ ସଭାସ୍ଥଳକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ବର୍ତମାନର କେନ୍ଦ୍ର ସରକାର ବିଜେପିକୁ ପନ୍ଦର ଲକ୍ଷ ଟଙ୍କା, ରୋଜଗାର, ଚାକିରୀ, କୃଷି କ୍ଷେତ୍ର, ବୁଲେଟ ଟ୍ରେନ, ଦରଦାମ ବୃଦ୍ଧିକୁ ନେଇ ଟାର୍ଗେଟ କରିଥିଲାବେଳେ ରାଜ୍ୟ ସରକାର ବିଜେଡ଼ିକୁ ବିଜେପିର ଭାଇ ବୋଲି କହି ଏଠି ବିଜେପିର ବଳରେ ବିଜେଡି ସରକାର ଚାଲୁଅଛି ବୋଲି କହିଥିଲେ ।

ସେହିପରି ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନଵୀନଚନ୍ଦ୍ର ନାରାୟଣ ଦାସ, ପିସିସି ସଭାନେତ୍ରୀ, ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ, ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସମ୍ପାଦକ ବିଜୟ କୁମାର ପଣ୍ଡା, ଜିଲା କଂଗ୍ରେସ ମୁଖପାତ୍ର ନିର୍ମଳ ମିଶ୍ର, ପୂର୍ବତନ ପରଜଙ୍ଗ ବ୍ଲକ ସଭାପତି ନଗେନ ବିନାୟକ, ସଦାଶିବ ମଲିକ, ପଦ୍ମଲାଭ ଦେହୁରୀ, ଶରତ ନାଏକ, ଦୟାସାଗର ଦାସ, ନୃସିଂହ ଚରଣ ନାଏକ, ଜିଲ୍ଲା ତଥା ଓଭୟ ବ୍ଲକର ଅନେକ ପଦାଧିକାରୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ