ରାଜ୍ୟରେ ଅସହ୍ୟ ହେଉଛି ତାତି, 44.8 ଡିଗ୍ରୀ ସହ ସୋନପୁର ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଖରାର ପ୍ରଭାବ ଥମିବାର ନାଁ ଧରୁନାହିଁ । ରାଜ୍ୟର ପ୍ରତେକ ଜାଗାରେ ତାତି ସାଙ୍ଗକୁ ଗୁଳୁଗୁଳିର ପ୍ରଭାବ ରହିଅଛି । କିନ୍ତୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଏବଂ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଖୁବ ଜୋରରେ ଜଣାପଡୁଅଛି । ଆଜି ସୋନପୁର 44.8 ଡ଼ିଗ୍ରି ତାପମାତ୍ରା ରେକର୍ଡ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ତେବେ ଏହା ବ୍ୟତୀତ ରାଜ୍ୟର ଅନ୍ୟ 15ଟି ସହରରେ ମଧ୍ୟ ପ୍ରବଳ ଖରା ସହ ଗରମ ଅନୁଭୂତ ହୋଇଛି । ଏହି 15ଟି ସହରରେ ଦିନ ତାପମାତ୍ରା 40 ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି । ସେହିଭଳି ରାଜ୍ୟର 9ଟି ସହରରେ ତାପମାତ୍ରା 43ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି ।


ସେୟାର କରନ୍ତୁ