Coronavirus: ପାଞ୍ଚ ଦିନ ପରେ 40 ହଜାରରୁ କମ ଆସିଲା କରୋନା ମାମଲା, 24 ଘଣ୍ଟାରେ 350 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପାଞ୍ଚ ଦିନ ପରେ 40 ହଜାରରୁ କମ କରୋନା ମାମଲା ସାମ୍ନାକୁ ଆସିଅଛି । ଏହି ସଂଖ୍ୟା ଆଜି 30 ହଜାର ଉପରେ ରହିଅଛି । ମୃତ୍ୟୁ ସଂଖ୍ୟା ମଧ୍ୟ କମ ହୋଇଅଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 30 ହଜାର 941 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 350 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 36 ହଜାର 275 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ଦେଶରେ ଲଗାତାର ପାଞ୍ଚ ଦିନ 40 ହଜାରରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଥିଲା । ବୁଧବାର ଦିନ 46164, ଗୁରୁବାର ଦିନ 44658, ଶୁକ୍ରବାରରେ 46759, ଶନିବାର ଦିନ 45083 ଏବଂ ସୋମବାର 42909 କରୋନା ମାମଲା ଆସି ଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 27 ଲକ୍ଷ 68 ହଜାର 880କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 38 ହଜାର 560 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 19 ଲକ୍ଷ 59 ହଜାର 680 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 3 ଲକ୍ଷ 70 ହଜାର 640 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 30 ଅଗଷ୍ଟ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 52 କୋଟି 15 ଲକ୍ଷ 41 ହଜାର 098 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 13 ଲକ୍ଷ 94 ହଜାର 573 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ