ପଞ୍ଚମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂଙ୍ଗ 11 ରେ ହୋଇପାରେ ପରିବର୍ତ୍ତନ

ଖେଳ
ସେୟାର କରନ୍ତୁ

India Vs England: ଭାରତୀୟ ଖେଳାଳିଙ୍କ କରୋନା ଭାଇରସ୍ ରିପୋର୍ଟ ନେଗେଟିଭ ଆସିବା ପରେ ଇଂଲଣ୍ଡ ସହିତ ପଞ୍ଚମ ଟେଷ୍ଟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଖେଳାଯିବ । ଶୁକ୍ରବାର ଖେଳାଯିବାକୁ ଥିବା ଏହି ମ୍ୟାଚରେ, ଟିମ୍ ଇଣ୍ଡିଆର ପ୍ଲେଇଂଙ୍ଗ 11 ରେ ପରିବର୍ତ୍ତନ ହୋଇପାରେ । ଭାରତୀୟ ଦଳ ଗତ ଟେଷ୍ଟରୁ ଜସପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇପାରେ ଏବଂ ମହମ୍ମଦ ଶାମି ପ୍ଲେଇଂଙ୍ଗ 11 ରେ ତାଙ୍କ ସ୍ଥାନରେ ଫେରିପାରନ୍ତି ।

ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ନେଇ ପଞ୍ଚମ ଟେଷ୍ଟ ସମ୍ପର୍କରେ ଭାରତୀୟ ଦଳ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ବିବୃତ୍ତି ଦେଇନାହାଁନ୍ତି । ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଟିମ ମ୍ୟାନେଜିମେଣ୍ଟ ଜସପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବାକୁ ଗମ୍ଭୀରତାର ସହ ବିଚାର କରୁଛି । ଜସପ୍ରୀତ ବୁମରାହ ଏହି ସିରିଜର ପ୍ରଥମ ଚାରିଟି ମ୍ୟାଚ୍ରରେ ଭାଗ ନେଇ ସାରିଛନ୍ତି ଏବଂ ସେ ଦ୍ରୁତ ବୋଲର ହୋଇ ଥିବାରୁ ସର୍ବାଧିକ ଓଭର ବୋଲିଂ କରିଛନ୍ତି ।


ସେୟାର କରନ୍ତୁ