Video: ଅନିଲ କପୁରଙ୍କ ‘ରମତା ଯୋଗୀ’ରେ ନାଚିଲେ ଦୁଇ ହସିନା, ଦେଖନ୍ତୁ ଭିଡ଼ିଓ..

ସିନେମା
ସେୟାର କରନ୍ତୁ

ମୁମ୍ବାଇ : 1999 ମସିହାରେ ଆସିଥିବା ବଲିଉଡର ‘ଝକ୍କାସ୍ କିଙ୍ଗ’ ଅନିଲ କପୁରଙ୍କ ଫିଲ୍ମ ‘ତାଲ’ର ଗୀତ ‘ରମତା ଯୋଗୀ’ (Ramta Jogi) ଆଜି ବି ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଅଟେ । ଏହି ଗୀତରେ ଅନେକ ସେଲିବ୍ରେଟ୍ ଏବଂ ପ୍ରଶଂସକ ମଧ୍ୟ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଏହା ଉପରେ ଦୁଇ ଜଣ ସୁନ୍ଦର ୟୁଟ୍ୟୁବର୍ ପୁନମ୍ ଏବଂ ପ୍ରିୟଙ୍କା ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯାହାର ଭିଡିଓ ୟୁଟ୍ୟୁବରେ ବହୁତ ଟ୍ରେଣ୍ଡ କରୁଛି ।

ଏହି ଉତ୍କୃଷ୍ଟ ଡ୍ୟାନ୍ସ ଭିଡିଓକୁ ପୁଣମ୍ ଆଣ୍ଡ ପ୍ରିୟଙ୍କା ଡ୍ୟାନ୍ସ ନାମକ ଅଫିସିଆଲ୍ ୟୁଟ୍ୟୁବ୍ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ 1 କୋଟି 4 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ତେବେ ଏଥି ସହିତ 1 ଲକ୍ଷ 35 ହଜାରରୁ ଅଧିକ ଲୋକ ଏହା ଉପରେ ଲାଇକ ବଟନ୍ ଦବାଇଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ପୁନମ୍ ଏବଂ ପ୍ରିୟଙ୍କା ନିଜର ୟୁଟ୍ୟୁବ୍ ପୃଷ୍ଠାରେ ବହୁତ ଗୁଡିଏ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଆହୁରି ମଧ୍ୟ 3 ଲକ୍ଷ 52 ହଜାରରୁ ଅଧିକ ଲୋକ ତାଙ୍କ ଆକାଉଣ୍ଟକୁ ଫଲୋ କରୁଛନ୍ତି । ‘ରମତା ଯୋଗୀ’ରେ ପୁନମ୍ ଏବଂ ପ୍ରିୟଙ୍କାଙ୍କ ମୁଵସ ଏବଂ ଲଟକେ ଝଟକେ ବହୁତ ଚମତ୍କାର ଏବଂ ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ପ୍ରଦର୍ଶନକୁ ପସନ୍ଦ କରିଛନ୍ତି ।


ସେୟାର କରନ୍ତୁ