ରିଲିଜ୍ ସହିତ ଧମାଲ ମଚାଉଛି ସପନା ଚୌଧୁରୀଙ୍କ ନୂଆ ଗୀତ, Nachho Nachho ଗୀତରେ ଥରିବ ତୁମର ପାଦ

ସିନେମା
ସେୟାର କରନ୍ତୁ

Nachho Nachho Song: ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀଙ୍କୁ ଆଜି ଇଣ୍ଡଷ୍ଟ୍ରିରେ କୌଣସି ପରିଚୟର ଆବଶ୍ୟକତା ନାହିଁ । ସପନା ନିଜର ଦେଶୀ ଲଟକେ-ଝଟକେ ସହିତ ପ୍ରଶଂସକମାନଙ୍କୁ ପାଗଳ କରିଥାନ୍ତି । ସପନାଙ୍କ ଲୋକପ୍ରିୟତା କେବଳ ହରିୟାଣାରେ ନୁହେଁ ସମଗ୍ର ଦେଶରେ ପହଞ୍ଚିଛି । ତାଙ୍କ ପ୍ରଶଂସକଙ୍କ ତାଲିକା ଅଧିକ ହେବାରେ ଲାଗିଛି । ବର୍ତ୍ତମାନ ହରିୟାଣା କୁଇନ ସପନା ଚୌଧୁରୀ ବର୍ତ୍ତମାନ ପମ୍ବାଜୀ କୁଡି ହୋଇ ପ୍ରଶଂସକଙ୍କ ହୃଦୟକୁ ଧକଧକ କରିବାକୁ ଆସିଛନ୍ତି ।

ବାସ୍ତବରେ ସପନା ଚୌଧୁରୀଙ୍କ ନୂଆ ଗୀତ ରିଲିଜ୍ ହୋଇଛି । ବିଶେଷ କଥା ହେଉଛି ଏଥର ସପନା ହରିୟାଣା କୁଇନ ନୁହେଁ ପଞ୍ଜାବୀ କୁଡି ହୋଇ ସମସ୍ତଙ୍କ ହୃଦୟ ଜିତିବାକୁ ଆସିଛନ୍ତି । ସପନା ଚୌଧୁରୀଙ୍କ ଏହା ହେଉଛି ଲଟେଷ୍ଟ ପଞ୍ଜାବୀ ଗୀତ – ନାଚୋ, ନାଚୋ … ନାଚୋ ନାଚୋ । ଏହି ନୂତନ ପଞ୍ଜାବୀ ଗୀତରେ ସପନା ଚୌଧୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲ ସାନ୍ଧୁ ଏବଂ ଦୀପକ ଢୀଲୋଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଏହି ନୂଆ ଗୀତରେ ଦିଲ ସାନ୍ଧୁଙ୍କ ସହ ସପନାଙ୍କ ସାନଦାର କେମେଷ୍ଟ୍ରି ଦେଖିବାକୁ ମିଳୁଛି ।

ସପନା ଚୌଧୁରୀ ଏହି ନୂତନ ପଞ୍ଜାବୀ ଗୀତରେ ଗାୟକ ଦିଲ ସାନ୍ଧୁ ଏବଂ ଦୀପକ ଢୀଲୋଙ୍କ ସହ ସ୍ୱର ଦେଇଛନ୍ତି । ଏହି ଗୀତର ସଙ୍ଗୀତକୁ ଚେତ ସିଂ ଦେଇଥିବାବେଳେ ନାଚୋ ନାଚୋ ପଞ୍ଜାବୀ ଗୀତର ଗୀତ ପ୍ରଭ ବାଇନ୍ସ ଲେଖିଛନ୍ତି । ସପନାଙ୍କ ଏହି ଲାଟେଷ୍ଟ ପଞ୍ଜାବୀ ଗୀତ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ଏହାର କାରଣ ହେଉଛି କିଛି ସମୟ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଗୀତଟି ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଭ୍ୟୁଜ ପାଇଛି ।


ସେୟାର କରନ୍ତୁ