ବଲିଉଡରେ ଚାଲିଲା ପ୍ରତିଯୋଗିତା, ସୂର୍ଯ୍ୟବଂଶୀ, ମୈଦାନ ଏବଂ ଗଙ୍ଗୁବାଇ କାଠିୟାୱାଡି ସମେତ 22 ଟି ଫିଲ୍ମର ଘୋଷଣା ହେଲା ରିଲିଜ୍ ଡେଟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅକ୍ଟୋବରରୁ ମହାରାଷ୍ଟ୍ର ସରକାର ସିନେମା ହଲ୍ ଖୋଲିବା ପରେ ବଲିଉଡରେ ନିଜର ଫିଲ୍ମକୁ ରିଲିଜ କରିବା ପାଇଁ ଏବେ ପ୍ରତିଯୋଗିତା ଚାଲିଛି । ସମସ୍ତ ବଡ ନିର୍ଦ୍ଦେଶକ ନିଜର ଫିଲ୍ମ ଘୋଷଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅଜୟ ଦେବଗନ୍, ରଣବୀର ସିଂହ, ଆଲିଆ ଭଟ୍ଟ, ଟାଇଗର ଶ୍ରଫ୍, ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭଳି ଷ୍ଟାରଙ୍କ ଫିଲ୍ମର ରିଲିଜ୍ ଡେଟ ସାମ୍ନାକୁ ଆସିଅଛି । ତେବେ କେହି ଇଦ୍‌କୁ ଡେଟ କରିଛନ୍ତି ତୋ ଆଉ କେହି କେହି ଦିୱାଲୀ ଏବଂ ଆଉ କିଛି ଭାଲେଣ୍ଟାଇନ୍ସ ଡେ ଅବସରରେ ନିଜର ଫିଲ୍ମ ରିଲିଜ୍ କରିବାକୁ ଯାଉଛନ୍ତି ।

  1. ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ‘ସୂର୍ଯ୍ୟବଂଶୀ’ 22 ଅକ୍ଟୋବରରେ ମୁକ୍ତିଲାଭ କରୁଛି ।
  2. ଜନ୍ ଅବ୍ରହାମଙ୍କ ‘ସତ୍ୟମେବ ଜୟତେ 2’ 26 ନଭେମ୍ବରରେ ମୁକ୍ତିଲାଭ କରିବ ।
  3. ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ ଡିସେମ୍ବର 3, 2021 ରେ ମୁକ୍ତିଲାଭ କରିବାକୁ ଯାଉଛି ।
  4. ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ’83’ ଖ୍ରୀଷ୍ଟମାସ 2021 ରେ ମୁକ୍ତିଲାଭ କରିବ ।
  5. ଦକ୍ଷିଣର ସୁପରହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍ ଡିସେମ୍ବର 31, 2021 ରେ ମୁକ୍ତିଲାଭ କରିବ । ଏଥିରେ ମୁଖ୍ୟ ଭୂମିକାରେ ସହିଦ କପୁର ଅଭିନୟ କରିଛନ୍ତି ।
  6. ‘ବଣ୍ଟି ଅର ବବଲି 2’ ନଭେମ୍ବର 19 ରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ସୈଫ ଅଲି ଖାନ, ରାନୀ ମୁଖାର୍ଜୀ ଏବଂ ଅଭିଷେକ ବଚ୍ଚନ ଅଭିନୟ କରିଛନ୍ତି ।
  7. କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୋଲ ଭୁଲେଇୟା’ ନଭେମ୍ବର 19 ରେ ମୁକ୍ତିଲାଭ କରିବ ।
  8. ଆୟୁଷ୍ମାନ ଖୁରାନା ଏବଂ ବାଣି କପୁରଙ୍କ ‘ଚଣ୍ଡିଗଡ଼ କରେ ଆଶିକୀ’ ଡିସେମ୍ବର 10 ରେ ମୁକ୍ତିଲାଭ କରିବ ।
  9. ‘ଗାଙ୍ଗୁବାଇ କାଠିଆୱାଡି’ ଜାନୁଆରୀ 6 ରେ ମୁକ୍ତିଲାଭ କରିବ । ଏଥିରେ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ଅଭିନୟ କରିଛନ୍ତି, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ଲୀଲା ଭନସାଲୀ ।
  10. ଅକ୍ଷୟ କୁମାର ଏବଂ ମନୁଷୀ ଚିଲାରଙ୍କ ଫିଲ୍ମ ‘ପୃଥ୍ୱୀରାଜ’ ଜାନୁୟାରୀ 21, 2022 ରେ ମୁକ୍ତିଲାଭ କରିବ ଏବଂ ଏହି ଚଳଚ୍ଚିତ୍ରଟି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଛନ୍ତି ।
  11. ଭାଲେଣ୍ଟାଇନ୍ସ ଡେ 2022 ରେ ଆମୀର ଖାନ ଏବଂ କରୀନା କପୁରଙ୍କ ‘ଲାଲ ସିଂହ ଚଡ୍ଡା’ ମୁକ୍ତିଲାଭ କରୁଛି ।
  12. ରଣବୀର ସିଂହଙ୍କ ‘ଜୟଶଭାଇ ଜୋରଦାର’ ଫେବୃଆରୀ 25 ରେ ମୁକ୍ତିଲାଭ କରିବ ।
  13. ଅକ୍ଷୟ କୁମାର ଏବଂ କ୍ରିତି ସେନନଙ୍କ ‘ବଚ୍ଚନ ପାଣ୍ଡେ’ ମାର୍ଚ୍ଚ 4, 2022 ରେ ମୁକ୍ତିଲାଭ କରିବ ।
  14. ରଣବୀର କପୁରଙ୍କ ‘ସମଷେରା’ ମାର୍ଚ୍ଚ 18, 2022 ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ବାଣୀ କପୁର ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି ।
  15. ୟଶ ଏବଂ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘କେଜିଏଫ୍ 2’ ଏପ୍ରିଲ୍ 14, 2022 ରେ ମୁକ୍ତିଲାଭ କରିବ ।
  16. ଟାଇଗର ଶ୍ରଫଙ୍କ ‘ହିରୋପନ୍ତୀ 2’ 29 ଏପ୍ରିଲ 2022 ରେ ମୁକ୍ତିଲାଭ କରିବ ।
  17. ଅଜୟ ଦେବଗନ୍ ଏବଂ ଅମିତାଭ ବଚ୍ଚନଙ୍କ ‘ମେଡେ’ ଏପ୍ରିଲ୍ 29, 2022 ରେ ମୁକ୍ତିଲାଭ କରିବ ।
  18. ଟାଇଗର ଶ୍ରଫଙ୍କ ଆକ୍ସନ୍ ଫିଲ୍ମ ‘ହିରୋପନ୍ତୀ’ର ରିଲିଜ୍ ତାରିଖ ହେଉଛି 6 ମଇ 2022 ।
  19. ଅଜୟ ଦେବଗନଙ୍କ ‘ମଇଦାନ’ ଜୁନ୍ 3 ରେ ମୁକ୍ତିଲାଭ କରିବ ।
  20. ‘ଏକ ଭିଲେନ୍ ରିଟର୍ନସ୍’ ଇଦ୍ ଅର୍ଥାତ୍ ଜୁଲାଇ 8, 2022 ରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଅର୍ଜୁନ କପୁର, ତାରା ସୂତାରିଆ, ଜନ୍ ଅବ୍ରହାମ ଏବଂ ଦିଶା ପଟାନି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।
  21. ଆନନ୍ଦନ୍ଦ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରକ୍ଷା ବନ୍ଧନ’ ଅଗଷ୍ଟ 11, 2022 ରେ ମୁକ୍ତିଲାଭ କରିବ ।
  22. ଡିସେମ୍ବର 23, 2022 ରେ ଟାଇଗର ଶ୍ରଫ ଏବଂ କ୍ରିତି ସେନନଙ୍କ ‘ଗଣପତ’ ମୁକ୍ତିଲାଭ କରିବ ।

ସେୟାର କରନ୍ତୁ