ସପନା ଚୌଧୁରୀଙ୍କ ନୂଆ ଗୀତ ‘ପତଲୀ କମର’ ହେଲା ଆଉଟ୍, ୟୁଟ୍ୟୁବରେ ରିଲିଜ୍ ହେବା ମାତ୍ରେ ମଚାଇଲା ଧୁମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ହରିୟାଣୀ ଗାୟକ ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ସୋସିଆଲ ମିଡିଆରେ ଅନେକ ଚର୍ଚା ହୋଇଥାଏ । ସପନା ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରୁହନ୍ତି ଏବଂ ପ୍ରଶଂସକଙ୍କ ସହିତ ନିଜର ପ୍ରତ୍ୟେକ କାର୍ଯ୍ୟକଳାପ ସେୟାର କରନ୍ତି । ଏହା ସହିତ ସେ ପ୍ରାୟତଃ ନିଜର ଡ୍ୟାନ୍ସ ଭିଡିଓ ପ୍ରଶଂସକଙ୍କ ସହିତ ସେୟାର କରୁଥିବା ମଧ୍ୟ ଦେଖାଯାଏ । ଏଥି ସହିତ ନିକଟରେ ତାଙ୍କର ନୂତନ ଗୀତ ‘ପତଲୀ କମର’ ୟୁଟ୍ୟୁବରେ ମୁକ୍ତିଲାଭ କରିଛି । ଏହି ଗୀତ ରିଲିଜ୍ ହେବା ମାତ୍ରେ ଖୁବ ଧମାଲ ମଚେଇବାରେ ଲାଗିଛି । ଏହି ଗୀତରେ ସପନାଙ୍କୁ ହରିୟାଣୀ ଲୁକରେ ଦେଖିବାକୁ ମିଳୁଛି ।

ସପନ ଚୌଧୁରୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଏହି ଗୀତର ମୁକ୍ତିଲାଭ ବିଷୟରେ ସୂଚନା ଦେଇଛନ୍ତି । ଏଥିରେ ସପନା ଚୌଧୁରୀଙ୍କ ସହ ବିବେକ ରାଘବ ନଜର ଆସିଛନ୍ତି । ଏହା ସହିତ ଏହି ଗୀତକୁ ୟୁ କେ ହରିୟାନବି ଗାଇଛନ୍ତି ଏବଂ ଏଣ୍ଡି ଦହିଆ ଲେଖିଛନ୍ତି । ଏହି ଗୀତ ଦେଖି ସପନାଙ୍କୁ ପ୍ରଶଂସକମାନେ ଖୁବ ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ ସପନା ଚୌଧୁରୀଙ୍କ ଗୀତ ପସନ୍ଦ କରନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ତେବେ ସାପନା ଚୌଧୁରୀଙ୍କ ଅନେକ ମ୍ୟୁଜିକ୍ ଭିଡିଓ ସାମ୍ପ୍ରତିକ ସମୟରେ ମୁକ୍ତିଲାଭ କରିଛି ଏବଂ ତାଙ୍କର ସମସ୍ତ ଭିଡିଓ ଲକ୍ଷ ଲକ୍ଷ ଭ୍ୟୁଜ ଆଣିଛି । ସପନା ଅନେକ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଏବଂ ନୃତ୍ୟର ଯାଦୁ ଦେଖାଇସାରିଛନ୍ତି । ସେ ବଲିଉଡରେ ମଧ୍ୟ ଏକ ସଫଳ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ବିଗ୍ ବସ୍ ରେ ଅଂଶଗ୍ରହଣ କରି ନିଜର ଲୋକପ୍ରିୟତା ମଧ୍ୟ ବୃଦ୍ଧି କରିଥିଲେ ।


ସେୟାର କରନ୍ତୁ