ଭାରତର ନୂଆ ଉପଲବ୍ଧି, ଦେଶରେ ଭ୍ୟାକସିନ ସଂଖ୍ୟା 100 କୋଟି ପାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ :100 Crore Vaccine Doses : କରୋନା ଭାଇରସ୍ ମହାମାରୀକୁ ରୋକିବା ପାଇଁ ” ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନ” ଆରମ୍ଭ ହେବାର ନଅ ମାସ ପରେ ଭାରତ ଆଜି 1 ବିଲିୟନ ଅର୍ଥାତ 100 କୋଟି ମାତ୍ରା ପୂରଣ କରିଅଛି । 100 କୋଟି ଟୀକାକରଣ ସଂଖ୍ୟା ଶେଷ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍ କରି କହିଛନ୍ତି ଯେ ‘ଭାରତକୁ ଅଭିନନ୍ଦନ । ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ ।’ ଭାରତ ଦୁନିଆର ପ୍ରଥମ ଦେଶ ହୋଇଅଛି, ଯାହାକି ଏତେ ଶୀଘ୍ର ଏତେ ବଡ଼ ସଂଖ୍ୟା ଛୁଇଁ ନେଇଛି ।

ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିକେ ପଲ 100 କୋଟି ଟିକାକରଣକୁ ନେଇ କହିଛନ୍ତି ଯେ, ଭାରତବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା । ଭାରତ ଟିକାକରଣ ଆରମ୍ଭ ହେବାର ମାତ୍ର ୯ ମାସରେ ଏହି ଉପଲବ୍ଧି ହାସଲ କରିଛି । କୌଣସି ରାଷ୍ଟ୍ରପାଇଁ ୧ ବିଲିୟନ ଡୋଜ୍ ଉଲ୍ଲେଖନୀୟ ଅଟେ ।

ସୂଚନାଯୋଗ୍ୟ, ଭାରତରେ 74.9 ପ୍ରତିଶତ ପ୍ରାପ୍ତ ବୟସ୍କ ଅତିକମରେ ଗୋଟିଏ ଡୋଜ୍ ନେଇଛନ୍ତି । ସେହିପରି 30.9 ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି ।


ସେୟାର କରନ୍ତୁ