ପରଜଙ୍ଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ପୂର୍ବାହ୍ନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ସଭାରେ ଶ୍ରୀ ପ୍ରଧାନ ଲୋକମାନଙ୍କର ଜନହିତ କାର୍ଯ୍ୟର ଆଲୋଚନା କରିବା ସହ ଦଳକୁ କିପରି ମଜଭୁତ କରିହେବ ସେ ବିଷୟରେ ଆଲୋକପାତ କରିଥିଲେ ।

ତେବେ ସେ ପ୍ରଥମେ ସରାଙ୍ଗ ଠାରେ ପହଞ୍ଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରୁ ସେ ଏକ ବାଇକ ରାଲି ଯୋଗେ ଆସି ଜନ୍ହପଡା ଗ୍ରାମରେ ବୀର ବେନୁଙ୍କ ସୃତିପିଠ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସେ ଭାଳୁମୁଣ୍ଡା ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା, ଲେଖକ ତଥା ବିଶିଷ୍ଟ ଜନନେତା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ସେଠାରୁ ସେ ଆସିବା ପରେ ପରଜଙ୍ଗ ଷ୍ଟାଣ୍ଡରେ ଥିବା ମହେଶଚନ୍ଦ୍ର ଶୁବାହୁସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ସେଠାରୁ ସେ ଆସି ପରଜଙ୍ଗ ଆୟୋଜିତ ହୋଇଥିବା ଏକ ସମାବେଶରେ ଯୋଗ ଦେଇଥିଲେ ।

ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନେକ କଲ୍ୟାଣକାରୀ ଯୋଜନା ଆଜି ଦେଶରେ ଲାଗୁ ହୋଇଛି । ଜନଧନର ବ୍ୟାଙ୍କ ଖାତା ହେଉ କିମ୍ବା ମାଗଣାରେ ଚାଉଳ ବଣ୍ଟନ ହେଉ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ, ପ୍ରତି ଘରକୁ ନଳ ଯୋଗେ ଜଳର ସୁବିଧା ହେଉ, ସୌଭାଗ୍ୟ ଯୋଜନାରେ ବିଜୁଳି ଯୋଗାଇବା ହେଉ, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ହେଉ କିମ୍ବା ଉଜ୍ବଳା ଯୋଜନାରେ ଗ୍ୟାସ ପହଞ୍ଚାଇବା ହେଉ ସବୁ ଲୋକଙ୍କ ପାଇଁ ସରକାର । ସମସ୍ତଙ୍କର ବିକାଶର ଆବଶ୍ୟକତା, ସମସ୍ତଙ୍କର ବିଶ୍ୱାସ ଜିତିଲେ ହିଁ ପ୍ରଜାତନ୍ତ୍ରରେ ଉପଲବ୍ଧି ହୁଏ, ଏ ବିଚାରରେ ବିଶ୍ୱାସୀ ନରେନ୍ଦ୍ର ମୋଦୀ । ଆମେମାନେ ଲାଗିଛୁ ତାଙ୍କର ସୈନିକ ଭାବରେ ଏଗୁଡିକ ଠିକ ସେ ଲାଗୁ ହେଉଛି କି ନାହିଁ, ତା’ର ତଦାରଖ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ପାଳନ ସହ ମନ୍ତ୍ରୀମାନେ ଏହାର ସମୀକ୍ଷା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।


ସେୟାର କରନ୍ତୁ