ପେଟ୍ରୋଲ ବଢିବା ଦାମ ଉପରେ ବଲିଉଡ ଅଭିନେତ୍ରୀଙ୍କ ଟୁଇଟ୍, ‘ତେଲ ଉପରେ ଆମର ଟାକ୍ସ 260% ଆମେରିକାର 20%’

ଦେଶବିଦେଶ ସିନେମା
ସେୟାର କରନ୍ତୁ

ମୁମ୍ବାଇ: ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଅଛି । ସର୍ବଶେଷ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ 109 ଟଙ୍କା ଅତିକ୍ରମ କରିଥିବାବେଳେ ମୁମ୍ବାଇରେ ଲିଟର ପିଛା 115 ଟଙ୍କା ଅତିକ୍ରମ କରିଛି । ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘରୋଇ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପାଇଁ ଦାୟୀ ବୋଲି ବିଶ୍ୱାସ କରାଯାଏ । ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ ପୂଜା ବେଦୀ ଏକ ଟୁଇଟ୍ କରି କହିଛନ୍ତି ଯେ ଆମ ଦେଶରେ ଇନ୍ଧନ ଉପରେ 260 ପ୍ରତିଶତ ଭାରି ଟିକସ ଆଦାୟ କରାଯାଉଥିବାବେଳେ ଆମେରିକାରେ 20 ପ୍ରତିଶତ ଟିକସ ଦିଆଯାଉଛି । ଏବେ ଅଭିନେତ୍ରୀଙ୍କ ଏହି ଟୁଇଟ୍ ଖୁବ ଚର୍ଚାରେ ଅଛି ।

ପୂଜା ବେଦୀ ନିଜର ଟ୍ୱିଟରେ ଲେଖିଛନ୍ତି: “ଇନ୍ଧନ ଉପରେ ଆମର ଟିକସ 260 ପ୍ରତିଶତ ଏବଂ ଆମେରିକା ମାତ୍ର 20 ପ୍ରତିଶତ ଅଟେ । ଯଦି ଇନ୍ଧନର ମୂଲ୍ୟ ହ୍ରାସ ହୁଏ ତ କ’ଣ ଆପଣ ପ୍ରତ୍ୟେକ ଉଦ୍ୟେଗ ପାଇଁ ହେବାକୁ ଥିବା ଲାଭର କଳ୍ପନା କରିପାରିବେ କି ? ସବୁ କିଛିର ମୂଲ୍ୟ ଆନୁପାତିକ ଭାବରେ ହ୍ରାସ ପାଇବ? @ BJP4India କ’ଣ ଆପଣ ଦୟାକରି ଇନ୍ଧନ ଟ୍ୟାକ୍ସର ଏହି ସ୍ତର ଆମକୁ ବୁଝାଇ ପାରିବେ କି? ଏହା ପ୍ରତ୍ୟେକ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ । @FinMinIndia। ” ଏହି ଉପାୟରେ ପୂଜା ବେଦୀ ତେଲ ଦର ବୃଦ୍ଧି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ପୂଜା ବେଦୀଙ୍କ ଏହି ଟ୍ୱିଟରେ ୟୁଜର୍ସ ମାନଙ୍କର ଖୁବ ପ୍ରତିକ୍ରିୟା ଆସୁଅଛି । କହିବାକି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ 35 ପଇସା ବୃଦ୍ଧି ହୋଇ ଲିଟର ପିଛା 109.34 ଟଙ୍କା ଥିବାବେଳେ ଡିଜେଲ 35 ପଇସା ମୂଲ୍ୟ ବୃଦ୍ଧି ହୋଇ ଲିଟର ପିଛା 98.07 ଟଙ୍କା ହୋଇଅଛି । ସେହିଭଳି ମୁମ୍ବାଇର କଥା କହିବା ତ ପେଟ୍ରୋଲ 115 ଟଙ୍କା ସ୍ତର ଅତିକ୍ରମ କରିଛି । ଚାରୋଟି ପ୍ରମୁଖ ମେଟ୍ରୋ ସହର ମଧ୍ୟରେ ମୁମ୍ବାଇର ଇନ୍ଧନ ମୂଲ୍ୟ ସର୍ବାଧିକ । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 115.15 ଟଙ୍କାରେ ବିକ୍ରି ହେଉଛି ଯାହା ଶନିବାର ଦିନ 114.81 ଟଙ୍କା ଥିଲା । ଏଥି ସହିତ ଡିଜେଲ ଲିଟର 105.86 ରୁ 106.23 ଟଙ୍କାକୁ ବୃଦ୍ଧି ପାଇଛି ।


ସେୟାର କରନ୍ତୁ