ଅନେକ ଦେଶ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ଦକ୍ଷିଣ ଆଫ୍ରିକା ଅସୁବିଧାର ସମ୍ମୁଖିନ ​​- କରୋନାର ନୂଆ ଭେରିଏଣ୍ଟ୍‌ ପତା କରିବାର ମିଳୁଛି ଶାସ୍ତି

ଦେଶବିଦେଶ
ସେୟାର କରନ୍ତୁ

Covid New Variant: କରୋନା ଭାଇରସର ନୂତନ ପ୍ରକାର, ଓମିକ୍ରନ୍, ସମଗ୍ର ବିଶ୍ୱରେ ହଡ଼କମ୍ପ ମଚାଇଛି । ଭାରତରେ ମଧ୍ୟ ଏହି ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏହି କ୍ରମରେ, ଦକ୍ଷିଣ ଆଫ୍ରିକାରୁ ଆସିଥିବା 94 ଜଣଙ୍କର କରୋନା ଅନୁସନ୍ଧାନ କରାଯାଇଛି । ଏଥିମଧ୍ୟରୁ ଦୁଇଜଣ ବ୍ୟକ୍ତି କୋଭିଡ ପଜିଟିଭ୍ ଥିବା ଜଣାପଡିଛି । କହିବାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂତନ ଷ୍ଟ୍ରେନକୁ ଏକ ପ୍ରକାର ଚିନ୍ତା ବୋଲି କହିଅଛି ।

ତେବେ ନୂତନ ଷ୍ଟ୍ରେନର ପତା ଲଗାଇବା ବାଲା ଦେଶ ଦକ୍ଷିଣ ଆଫ୍ରିକା ଶନିବାର ଏକ ଅଭିଯୋଗ ଦାଖଲ କରି କହିଛନ୍ତି ଯେ ଓମିକ୍ରନ୍ ଷ୍ଟ୍ରେନ୍ ଅନୁସନ୍ଧାନ ପାଇଁ ତାଙ୍କୁ ଦଣ୍ଡ ଦିଆଯାଉଛି । ବାସ୍ତବରେ, ଯେହେତୁ ଦକ୍ଷିଣ ଆଫ୍ରିକା ଏହି ଭାଇରସର ନୂତନ ଷ୍ଟ୍ରେନ୍ ବିଷୟରେ କହିଛି, ଅନେକ ଦେଶ ଏଠାରୁ ଯିବା ଆସିବାକୁ ଯାତ୍ରୀଙ୍କୁ ବାରଣ କରିଛନ୍ତି । ଏହି ଷ୍ଟ୍ରେନ୍‌ର ସଂକ୍ରମଣକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରି ଭାରତ ସରକାର ମଧ୍ୟ 12 ଟି ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରରେ କୋଭିଡ ପରୀକ୍ଷା କରିବା ବାଧ୍ୟତାମୂଳକ କରିଛନ୍ତି ।

ଏ ସଂକ୍ରାନ୍ତରେ ବିଶ୍ବ ନେତୃବୃନ୍ଦଙ୍କ ପ୍ରତି ବିବୃତି ଦେଇ ‘ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗ ବିଭାଗ’ କହିଛି, ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଚିହ୍ନଟର ପରିଣାମ ସ୍ବରୂପ ନିର୍ବିଚାର ଭାବେ କୌଣସି କଟକଣା ଜାରି ନ କରାଯାଉ ।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉନ୍ନତ ଗୁଣସୂତ୍ରୀୟ-କ୍ରମ ଏବଂ ତୁରନ୍ତ ନୂଆ ‘ଭେରିଏଣ୍ଟ୍‌’ ଚିହ୍ନଟ କରିବାର ଦକ୍ଷତା ଥିବାରୁ ଭ୍ରମଣ ନିଷେଧାଜ୍ଞା ଦକ୍ଷିଣ ଆଫ୍ରିକା ପ୍ରତି ଶାସ୍ତି ସହ ସମାନ । ବୈଜ୍ଞାନିକ ଚମତ୍କାରିତାକୁ ଶାସ୍ତି ନୁହେଁ, ପ୍ରଶଂସା କରାଯିବା ଉଚିତ ।

‘ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗ ବିଭାଗ’ କହିଛି ଯେ, ଅନ୍ୟ ଦେଶମାନଙ୍କରେ ମଧ୍ୟ ନୂଆ ‘ଭେରିଏଣ୍ଟ୍‌’ ଚିହ୍ନଟ କରାଯାଇଛି । ଏବେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ‘ଭେରିଏଣ୍ଟ୍‌’ ସେଗୁଡ଼ିର କୌଣସି ସାମଞ୍ଜସ୍ୟ ନାହିଁ ।

ଦକ୍ଷିଣ ଆଫ୍ରିକା ଗମନା ଗମନ ଉପରେ କଟକଣା ଜାରି କରିଥିବା ଦେଶମାନଙ୍କ ସହ ଆଲୋଚନା କରାଯାଉଛି । କଟକଣା ପ୍ରତ୍ୟାହାର କରିବା ଲାଗି ଦକ୍ଷିଣ ଆଫ୍ରିକାର ସରକାରୀ ଅଧିକାରୀମାନେ ସେମାନଙ୍କୁ ବୁଝାଉଛନ୍ତି ।

ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଦି ପ‌ନ୍ଦୋର ମଧ୍ୟ କଟକଣା ଜାରି କରିଥିବା ଇଂଲଣ୍ଡ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ନିଜ ନିଜର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ଦେଶର ଅଧିକାରକୁ ଆମେ ସମ୍ମାନ ପ୍ରଦର୍ଶନ କରୁଛୁ। କିନ୍ତୁ, ଆମେ ମନେରଖିବା ଉଚିତ ଯେ, ମହାମାରୀ ଦମନ ସହଯୋଗ ଓ ପାରଦର୍ଶୀତା ଆଦାନପ୍ରଦାନ ଆବଶ୍ୟକ କରେ ।

ସେ ପୁଣି କହିଛନ୍ତି, ଏଭଳି କଟକଣା ଜନସାଧାରଣଙ୍କ ପରିବାର, ଗମନାଗମନ ଓ ପର୍ଯ୍ୟଟନ ଶିଳ୍ପ ଓ ବାଣିଜ୍ୟକୁ ପ୍ରଭାବିତ କରୁଥିବାରୁ ଆମେ ଚିନ୍ତାକୁଳ ହୋଇପଡ଼ିଛୁ ।


ସେୟାର କରନ୍ତୁ