ବାତ୍ୟାକୁ ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା, 4 ଜିଲ୍ଲାରେ ବର୍ଷା, ଆସନ୍ତା କାଲି ସ୍ପଷ୍ଟ ହେବ ଚିତ୍ର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବାତ୍ୟା ସମ୍ଭାବନା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ଜରୁରୀ ସୂଚନା । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ସକ୍ରିୟ ଲଘୁଚାପ କ୍ଷେତ୍ର ଏବଂ ଏହା 8 ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପନେବା ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ, ଆଗାମୀ ଦିନରେ ଏହା କେଉଁ ଆଡକୁ ଗତି କରିବ ସେନେଇ ସ୍ପଷ୍ଟ ଚିତ୍ର ମିଳିନି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।

ଆଇଏମ୍‌ଡି ଅନୁସାରେ ବାତ୍ୟା 10 ତାରିଖରେ ଉପକୂଳ ଠାରୁ 200ରୁ 300 କିମି ଦୂରରେ ରହିବାର ସମ୍ଭାବନା ଅଛି । ଆସନ୍ତାକାଲି ଠିକ୍‌ରେ ସ୍ପଷ୍ଟ ହେବ । 10ରେ ଗଞ୍ଜାମ , ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ହୋଇପାରେ ବୋଲି ଏସ୍ଆର୍‌ସି କହିଛନ୍ତି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଘରକୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗଂଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ଅବପାତର ରୂପ ନେବା ପରେ ପବନର ସଠିକ ବେଗ ଆକଳନ କରାଯାଇପାରିବ । ଓଡ଼ିଶା ସରକାର ତଟରକ୍ଷୀ ବାହିନୀ ଓ ନୌସେନାକୁ ଚିଠି ଲେଖି ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖିବାକୁ କହିଛନ୍ତି ।


ସେୟାର କରନ୍ତୁ