ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚ ବିବେକାନନ୍ଦ ମହାଖୁଡ଼ଙ୍କ ଝୁଲନ୍ତା ମୃତଦେହ ଠାବ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ସରପଞ୍ଚ ବିବେକାନନ୍ଦ ମହାଖୁଡ଼ (50ବର୍ଷ) ଗତ 7 ତାରିଖ ଅପରାହ୍ନରୁ କେଉଁଆଡ଼େ
ଚାଲି ଯାଇଥିଲେ ଏବଂ ଆଉ ଘରକୁ ଫେରି ନଥିଲେ । ଏହାପରେ ତାଙ୍କୁ ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ଏ ନେଇ କାମାକ୍ଷାନଗର ଥାନାରେ ତାଙ୍କ ନିଖୋଜ ଖବରକୁ ନେଇ ପରିବାର ଲୋକଙ୍କ ତରଫରୁ ଅଭିଯୋଗ ହୋଇଥିଲା ।

ଆଜି ସକାଳୁ କାମାକ୍ଷାନଗର ଥାନା ମହୁଲପାଳ ନାମଯୋଡି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଠାବ କରାଯାଇଛି । ଏହି ଘଟଣାକୁ ଦେଖିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରୁଛନ୍ତି । ତେବେ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଭଳି କାହିଁକି ହୋଇଛି ଏହାର କାରଣ ଅସ୍ପଷ୍ଟ ରହିଛି ।


ସେୟାର କରନ୍ତୁ