ଦେଶରେ ଓମିକ୍ରନରେ ମୋଟ 1525 ସଂକ୍ରମିତ, ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 1525 ଲୋକ ଓମିକ୍ରନ୍ ବେରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି । ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ବେରିଏଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ଦେଶରେ 23 କୁ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ରହିଛି । ଏହା ପରେ ଗୁଜୁରାଟ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ 460 ଓମିକ୍ରନ୍, ଦିଲ୍ଲୀରେ 351 ଏବଂ ଗୁଜୁରାଟରେ 136 ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଏହି 1525 ଜଣଙ୍କ ମଧ୍ୟରୁ 560 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏଠାରେ ଦେଖନ୍ତୁ କେଉଁ ରାଜ୍ୟରୁ କେତେ ସଂକ୍ରମିତ –


ସେୟାର କରନ୍ତୁ