RRR ରିଲିଜ୍ ରହିଲା ସ୍ଥଗିତ, କରୋନା ହେତୁ ଦର୍ଶକଙ୍କୁ ବର୍ତ୍ତମାନ କରିବାକୁ ପଡିବ ଅପେକ୍ଷା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦେଶରେ ପୁଣିଥରେ କରୋନା ଭାଇରସ୍ ର ବିପଦ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ପ୍ରତିବନ୍ଧକ ଲଗାଇବାକୁ ଆରମ୍ଭ କରାଯାଇଛି । ପ୍ରେକ୍ଷାଳୟ ମଧ୍ୟ ସାରା ଦେଶରେ ବନ୍ଦ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଅନେକ ବଡ ଚଳଚ୍ଚିତ୍ରର ରିଲିଜକୁ ସ୍ଥଗିତ ରଖାଯାଉଛି । ଜର୍ସି ରିଲିଜକୁ ସ୍ଥଗିତ ରଖାଯାଇଛି, ବର୍ତ୍ତମାନ ପାନ ଇଣ୍ଡିଆ ଚଳଚ୍ଚିତ୍ର RRR ରିଲିଜକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏହି ସୂଚନା RRR ର ଅଫିସିଆଲ୍ ଆକାଉଣ୍ଟରେ ଦିଆଯାଇଛି । RRRକୁ ଏସ ଏସ ରାଜାମୌଲି ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ Jr NTR, ରାମ ଚରଣ, ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି ।

ଆରଆରଆର ଟ୍ୱିଟର ଆକାଉଣ୍ଟରେ ଏହା ଲେଖାଯାଇଛି, ‘ସବୁ ପାର୍ଟିମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମ ଚଳଚ୍ଚିତ୍ରର ରିଲିଜକୁ ସ୍ଥଗିତ ରଖିବାକୁ ପଡିବ । ଆମର ଫ୍ୟାନ୍ସ ଏବଂ ସମସ୍ତ ଦର୍ଶକଙ୍କ ଭଲପାଇବା ପାଇଁ ସେମାନଙ୍କୁ ଧନ୍ୟବାଦ । ଏହି ବିବୃତ୍ତିରେ କୁହାଯାଇଛି, ‘ଆମର ସମସ୍ତ ପ୍ରୟାସ ସତ୍ୱେ କିଛି ପରିସ୍ଥିତି ଆମ ନିୟନ୍ତ୍ରଣରେ ନାହିଁ । ଅନେକ ଭାରତୀୟ ରାଜ୍ୟ ସେମାନଙ୍କର ସିନେମା ହଲ୍ ବନ୍ଦ କରୁଛନ୍ତି ତେଣୁ ଆମର କୌଣସି ବିକଳ୍ପ ନାହିଁ, କେବଳ କହିବାକୁ ଗଲେ ଆପଣ ଆପଣଙ୍କର ଉତ୍ସାହକୁ କିଛି ସମୟ ପାଇଁ ହୋଲଡ଼ କରି ରଖନ୍ତୁ । ଆମେ ଠିକ୍ ସମୟରେ ଭାରତୀୟ ସିନେମାର ଗୌରବ ଫେରାଇ ଆଣିବାକୁ ପ୍ରତିଜ୍ଞା କରୁଛୁ । ଏହା ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି | କହିବା ଯେ 7 ଜାନୁୟାରୀରେ RRR ବିଶ୍ୱର ସମସ୍ତ ସିନେମାଘରେ ମୁକ୍ତିଲାଭ କରିବାରଥିଲା ।


ସେୟାର କରନ୍ତୁ