ଅମୃତା ସିଂହଙ୍କ ତଲାଖ ପରେ ଏହି ବିଦେଶୀ ମଡେଲଙ୍କ ସହ ଥିଲା ସୈଫଙ୍କ ସମ୍ପର୍କ, ଏହି କାରଣରୁ ହୋଇଥିଲା ବ୍ରେକପ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସୈଫ ଅଲି ଖାନ କେବଳ ନିଜର ଚଳଚ୍ଚିତ୍ର ହେତୁ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନ ହେତୁ ମଧ୍ୟ ଚର୍ଚାରେ ରହିଥାନ୍ତି । 1991 ମସିହାରେ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ସୈଫ ଅଲି ଖାନଙ୍କ ପ୍ରଥମ ବିବାହ ହୋଇଥିଲା । ଏହି ବିବାହ ସୈଫ ଏବଂ ଅମୃତାଙ୍କ ପରିବାର ସଦସ୍ୟଙ୍କ ଇଚ୍ଛା ବିରୁଦ୍ଧରେ କରାଯାଇଥିଲା । ସୈଫ ମଧ୍ୟ ଅମୃତା ସିଂହଙ୍କ ବୟସରେ 12 ବର୍ଷ ସାନ ଥିଲେ । ଏହି କାରଣଟି ପାଇଁ ଏହି ବିବାହ ଅନେକ ଚର୍ଚାରେ ଥିଲା । ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ବିବାହରୁ ସୈଫ ଏବଂ ଅମୃତାଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲେ, ଯାହାର ନାମ ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ । ତେବେ, 2004 ରେ 13 ବର୍ଷ ବିବାହ ପରେ, ସୈଫ ଏବଂ ଅମୃତା ଛାଡପତ୍ର ହୋଇ ପରସ୍ପରଠାରୁ ଅଲଗା ହୋଇଗଲେ ।

ଅମୃତା ସିଂହଙ୍କ ଠାରୁ ତଲାକ ନେବାପରେ ସୈଫ ଅଲି ଖାନଙ୍କ ନିକଟତା ଇଟାଲିର ମଡ଼େଲ ରୋଜା କ୍ୟାଟଲାନୋଙ୍କ ସହ ବଢିଥିଲା । ଖବର ଅନୁସାରେ ସୈଫ ଓ ରୋଜାଙ୍କ ପ୍ରଥମ କଥାବାର୍ତ୍ତା କେନିଆରେ ହୋଇଥିଲା । ଏହାପରେ ତାଙ୍କ ମଧ୍ୟରେ ମିଳାମିଶା କଥାବାର୍ତାର ସିଲସିଲା ବଢିଥିଲା ଓ ରୋଜା ସୈଫଙ୍କ ପଛେ ପଛେ ଭାରତ ଚାଲି ଆସିଥିଲେ । ହେଲେ ସୈଫ ଓ ରୋଜା କ୍ୟାଟଲାନୋଙ୍କ ସମ୍ପର୍କ ବହୁତ ଦିନ ଚାଲିଲା ନାହିଁ ଓ ପ୍ରାୟ ଦୁଇ ବର୍ଷ ପରେ ତାଙ୍କର ବ୍ରେକଅପ ହୋଇଗଲା ।

ସୈଫ ଓ ରୋଜାଙ୍କ ବ୍ରେକଅପ କାହିଁକି ହୋଇଥିଲା ଏ ବିଷୟରେ ନିଜେ ରୋଜା ଏକ ଇଣ୍ଟରଭିଉରେ କହିଥିଲେ । ରୋଜା କ୍ୟାଟଲାନୋଙ୍କ ଅନୁସାରେ ,ତାଙ୍କୁ ଭାରତ ଆସିଲାପରେ ଜଣାପଡିଲା ସୈଫଙ୍କର ତଲାକ ହୋଇଛି ଏବଂ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । କେବଳ ଏହା ନୁହେଁ ରୋଜା ସୈଫଙ୍କ ମୁଡ଼ ସୁଇଙ୍ଗ ସମସ୍ୟା ପାଇଁ ପରେସନ ଥିଲେ ।

ଏହା ବି କୁହାଯାଏ ସୈଫ ରୋଜାଙ୍କୁ କୌଣସି ଫାଇନାନସିଆଲ ସପୋର୍ଟ କରୁନଥିଲେ । ଏହି ସବୁ କାରଣ ପାଇଁ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ସେମାନେ ଅଲଗା ହୋଇଯାଇଥିଲେ । ଆପଣଙ୍କୁ ବତାଇ ଦେଉଅଛୁ ଯେ ସୈଫ 2012ରେ ଅଭିନେତ୍ରୀ କରୀନା କପୁର ଖାନଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ ।


ସେୟାର କରନ୍ତୁ