ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, 3 ଲକ୍ଷ 44 ହଜାର 944 ଭୋଟରଙ୍କ ନାମ ତାଲିକାରୁ ବାଦ୍

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍ ତାଲିକା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଚୂଡ଼ାନ୍ତ ତାଲିକାରେ 9 ଲକ୍ଷ 50 ହଜାର 789 ନୂଆ ଭୋଟର୍ ସାମିଲ ହେଲେ । ନୂଆ ତାଲିକାରୁ 3 ଲକ୍ଷ 44 ହଜାର 944 ଜଣଙ୍କୁ ବାଦ୍ ଦିଆଯାଇଛି । ଭୋଟର ତାଲିକାରେ ଥିବା 3 ଲକ୍ଷ 82 ହଜାର 601 ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ।

ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, 58 ଗୋଟି ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ 37,606 ଗୋଟି ବୁଥ୍‌ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି ।

ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 83 ହଜାର 643 ଅଟେ । ପୁରୁଷ ଭୋଟରଙ୍କ ସଂଖ୍ୟା 1 କୋଟି 67 ଲକ୍ଷ 96 ହଜାର 603 ଏବଂ ମହିଳା ଭୋଟରଙ୍କ ସଂଖ୍ୟା 1 କୋଟି 61 ଲକ୍ଷ 83 ହଜାର 835 ଅଟେ । ଚୂଡ଼ାନ୍ତ ତାଲିକାରେ ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା 3 ହଜାର 25 । 18-19 ବର୍ଷ ବୟସ ବର୍ଗର ତାଲିକା 5 ଲକ୍ଷ 23 ହଜାର 744କୁ ବୃଦ୍ଧି ପାଇଛି ।

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର 1 ତାରିଖରେ ଚିଠା ତାଲିକା ପ୍ରକାଶ ପାଇଥିଲା ଓ ଭୋଟରମାନଙ୍କ ଦାବି ଆପତ୍ତି ନିମନ୍ତେ ଗତ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ଯ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ 18 ଲକ୍ଷ 65 ହଜାର 570 ଟି ଦାବି ଓ ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ସେ ଭିତରୁ 12 ଲକ୍ଷ 2 ହଜାର 101ଟି ଅନଲାଇନ୍ ମାଧ୍ୟମରେ ଆସିଥିଲା । 6 ଲକ୍ଷ 63 ହଜାର 469 ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।


ସେୟାର କରନ୍ତୁ