ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ବାବା ହରେକୃଷ୍ଣ ସେଠୀଙ୍କୁ ଦଳ ଦେଲା ଟିକେଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବିଜେପି ପରେ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ପରେ 14ରେ ନାମାଙ୍କନ ଦାଖଲ ହେବ । ଏହାପରେ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ । ନାମାଙ୍କନ ପତ୍ର ଭରିବା ପୂର୍ବରୁ ସୂର୍ଯ୍ୟବଂଶୀ ମାଆଙ୍କ ଆଶୀର୍ବାଦ ନେଇଛନ୍ତି । ବିଜେପି ନେତା ଗୋଲକ ମହାପାତ୍ର ଓ ନିଜ ସମ୍ପର୍କୀୟଙ୍କ ସହ ଆସି ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ନିକଟରେ ଗୋଟିଏ ସେଟ୍ ପ୍ରାର୍ଥୀପାତ୍ର ଦାଖଲ କରିଛନ୍ତି । ସେପଟେ ଧାମନଗରରେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ବିଜୁ ଜନତା ଦଳ ଏଥର ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ପରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।


ସେୟାର କରନ୍ତୁ