Omicron : ଭାରତରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବଢିକରି ହେଲା 4033, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରୋଗୀ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଗତି ମଧ୍ୟ ବହୁତ ଦ୍ରୁତ ଗତିରେ ବଢୁ ଅଛି । ଗତ 24 ଘଣ୍ଟା ମଧ୍ୟରେ 410 ଟି ନୂଆ ମାମଲା ପଞ୍ଜିକୃତ ହୋଇଛି । ଏହା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା 4 ହଜାର ଅତିକ୍ରମ କରିଛି । ଦେଶରେ ଓମିକ୍ରନ୍‌ର ମୋଟ ମାମଲା 4,033 ପର୍ଯ୍ୟନ୍ତ ପହଞ୍ଚିଛି । ଏଥି ସହିତ, 1552 ଜଣ ମଧ୍ୟ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଓମିକ୍ରନ୍ ମାମଲା ରହିଛି । ଏଠାରେ ଓମିକ୍ରନ୍ ରୋଗୀଙ୍କ ମୋଟ ସଂଖ୍ୟା 1,216 କୁ ବୃଦ୍ଧି ପାଇଛି । ରାଜସ୍ଥାନ ବର୍ତ୍ତମାନ ଦିଲ୍ଲୀ ବଦଳରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି । ରାଜସ୍ଥାନରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା 529 କୁ ବୃଦ୍ଧି ପାଇଥିବାବେଳେ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା 513 ରହିଛି ।

ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଣ୍ଣାଟକରେ 441, କେରଳରେ 333, ଗୁଜୁରାଟରେ 236, ତାମିଲନାଡୁରେ 185, ହରିୟାଣାରେ 123, ତେଲେଙ୍ଗାନାରେ 123, ଉତ୍ତରପ୍ରଦେଶରେ 113, ଓଡିଶା 74, ଆନ୍ଧ୍ରପ୍ରଦେଶରେ 28, ପଞ୍ଜାବରେ 27, ପଶ୍ଚିମବଙ୍ଗରେ 27, ଗୋଆରେ 19, ମଧ୍ୟପ୍ରଦେଶରେ 10, ଆସାମରେ 9, ଉତ୍ତରାଖଣ୍ଡରେ 8, ମେଘାଳୟରେ 4, ଆଣ୍ଡାମାନ ଏବଂ ନିକୋବରରେ 3, ଚଣ୍ଡିଗଡ଼ରେ 3, J&K ରେ 3, ପୁଡୁଚେରୀ 2, ଛତିଶଗଡରେ 1, ହିମାଚଳ ପ୍ରଦେଶରେ 1, ଲଦାଖରେ 1, ମଣିପୁରରେ 1ଟି ମାମଲା ଆସିଅଛି ।

କେଉଁଠି କେତେ ରୋଗୀ ରୋଗୀ ସୁସ୍ଥ
ମହାରାଷ୍ଟ୍ରରେ 454, ରାଜସ୍ଥାନରେ 305, ଦିଲ୍ଲୀରେ 57, କର୍ଣ୍ଣାଟକରେ 26, ଗୁଜୁରାଟରେ 186, ତାମିଲନାଡୁରେ 185, ହରିୟାଣାରେ 92, ତେଲେଙ୍ଗାନାରେ 47, ଉତ୍ତରପ୍ରଦେଶରେ 6, ଓଡିଶା 8, ଆନ୍ଧ୍ରପ୍ରଦେଶରେ 9, ପଞ୍ଜାବରେ 16, ପଶ୍ଚିମବଙ୍ଗରେ 10, ଗୋଆରେ 19, ମଧ୍ୟପ୍ରଦେଶରେ 10, ଆସାମରେ 9, ଉତ୍ତରାଖଣ୍ଡରେ 5, ମେଘାଳୟରେ 3, ଚଣ୍ଡିଗଡ଼ରେ 3, ଝାଡ଼ଖଣ୍ଡ 3, ପୁଡୁଚେରୀରେ 2, ଛତିଶଗଡରେ 1, ହିମାଚଳ ପ୍ରଦେଶ 1 ଲଦାଖରେ 1, ମଣିପୁରର 1 ଓମିକ୍ରନ୍ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।


ସେୟାର କରନ୍ତୁ