A Thursday Trailer: ୟାମି ଗୌତମ ନିରୀହ ପିଲାଙ୍କ ଉପରେ ବର୍ଷାଇଲେ ରାଗ, ଟ୍ରେଲର ଦେଖିକି କମ୍ପି ଉଠିବେ ଆପଣ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ୟାମି ଗୌତମଙ୍କ ଆଗାମୀ ଚଳଚ୍ଚିତ୍ର ‘ଏ ଥରସଡେ’ର ହୃଦୟ ବିଦାରକ ଟ୍ରେଲର ଆଉଟ ହୋଇଅଛି । ଟ୍ରେଲରଟି ଥ୍ରୀଲର ଏବଂ ସସପେନ୍ସରେ ପରିପୂର୍ଣ୍ଣ ଅଟେ । ଯେଉଁଥିରେ ୟାମି ଗୌତମ 16 ଜଣ ନିରୀହ ପିଲାଙ୍କୁ ବନ୍ଦୀ କରି ରଖିଛନ୍ତି ଏବଂ ତାଙ୍କ ଦାବି ସରକାରଙ୍କ ଆଗରେ ରଖିଛନ୍ତି ।

ୟାମି ଗୌତମ ବାଳାଶ୍ରମର ପିଲାମାନଙ୍କୁ ଅପହରଣ କରି ନେଇଛନ୍ତି ଏବଂ ତାଙ୍କ କଥା ଏବଂ ଦାବି ସହିତ ସମଗ୍ର ସିଷ୍ଟମକୁ ଥରାଇ ଦେଇଛନ୍ତି । ପ୍ରଥମ ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ଅଭିନେତ୍ରୀ 5 କୋଟି ଟଙ୍କା ଦାବି କରନ୍ତି । ତା’ପରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପାଇଁ ଏକ ସର୍ତ୍ତ ରଖିଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଯଦି ତାଙ୍କର ଦାବି ପୂରଣ ନହୁଏ ତେବେ ୟାମି ଗୌତମ ନିର୍ଦ୍ଦୋଷ ପିଲାଙ୍କୁ ଗୁଳି ଚଳାଇବେ ବୋଲି ଧମକ ଦେଇଛନ୍ତି । ତେବେ ଏହା ପଛର ପ୍ରକୃତ କାରଣ କ’ଣ ତାହା ପ୍ରକାଶ କରାଯାଇ ନାହିଁ । ସସପେନ୍ସ ଏବଂ ଥ୍ରୀଲର୍ରେ ପରିପୂର୍ଣ୍ଣ ଏହି ଟ୍ରେଲର ଲୋମ ଟାଙ୍କୁରେଇ ଦେବା ଭଳି ହୋଇଛି । ଏହି ଚଳଚ୍ଚିତ୍ରରେ ନେହା ଧୁପିଆ ଜଣେ ଅଧିକାରୀ ଭୂମିକାରେ ନଜର ଆସିବେ ଏବଂ ଡିମ୍ପଲ୍ କାପାଡିଆ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ଟ୍ରେଲର ସହିତ ଏହାର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି । ଫିଲ୍ମ ‘ଏ ଥରସଡେ’ ଫେବୃଆରୀ 17 ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବ ।


ସେୟାର କରନ୍ତୁ