ପ୍ରଥମ ପର୍ଯ୍ୟାୟ ଭୋଟ : ରାଜ୍ୟରେ 22 ହଜାର 379 ବୋଥରେ ଚାଲିଛି ମତଦାନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ । ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ଅପରାହ୍ନ 1ଟା ପର୍ଯ୍ୟନ୍ତ ଜାରି ରହିବ । ଭୋଟ ଦେଇ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ବାଛିବେ ଭୋଟର ।

ପ୍ରଥମ ପର୍ଯ୍ୟାୟରେ 30 ଜିଲ୍ଲାର 71ଟି ବ୍ଲକର 1 ହଜାର 669 ଟି ପଞ୍ଚାୟତରେ ଭୋଟ ପ୍ରକ୍ରିୟା ହେଉଅଛି । ଏଥିରେ 200 ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ ଗ୍ରହଣ ହେଉଛି । 22 ହଜାର 379 ବୁଥରେ ମତଦାନ ଚାଲିଛି । ଏଥି ମଧ୍ୟରୁ 3 ହଜାର 357 ବୁଥ୍ ଉତ୍ତେଜନା ପ୍ରବଣ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ 225 ପ୍ଲାଟୁନ୍ ଫୋର୍ସ ଏବଂ 37 ହଜାର 245ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ମାଲକାନାଗିରିରେ 5ଶହ ବୁଥ ସମ୍ବେଦନଶୀଳ ଥିବା ବେଳେ ସେଥିରୁ 100ଟି ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ସେହିପରି କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର ଭଳି ମାଓପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।


ସେୟାର କରନ୍ତୁ