Coronavirus: ଦେଶରେ କରୋନା କେସ 5 ହଜାର ତଳେ, 24 ଘଣ୍ଟାରେ 66 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 4 ହଜାର 362 ନୂଆ କରୋନା କେସ ସାମ୍ନାକୁ ଆସିଅଛି । ପୂର୍ବ 24 ଘାଣ୍ଟରେ 66 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 9 ହଜାର 620 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 29 ଲକ୍ଷ 67 ହଜାର 315କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 15 ହଜାର 102 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 23 ଲକ୍ଷ 98 ହଜାର 095 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 54 ହଜାର 118 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 178 କୋଟି 90 ଲକ୍ଷ 61 ହଜାର 887 ଡୋଜ ଟିକା ଦିଆଯାଇଛି । ଗତକାଲି 4 ଲକ୍ଷ 80 ହଜାର 144 ଡୋଜ ଟୀକା ଦିଆଯାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 6 ମାର୍ଚ୍ଚ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 77 କୋଟି 34 ଲକ୍ଷ 37 ହଜାର 172 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 6 ଲକ୍ଷ 12 ହଜାର 926 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ