Coronavirus: ଦେଶରେ 24 ଘଣ୍ଟାରେ ଆସିଲା 3 ହଜାର 614 କରୋନା କେସ, 89 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 3 ହଜାର 614 ନୂଆ କରୋନା କେସ ସାମ୍ନାକୁ ଆସିଅଛି । ପୂର୍ବ 24 ଘାଣ୍ଟରେ 89 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 5 ହଜାର 185 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 29 ଲକ୍ଷ 87 ହଜାର 875କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 15 ହଜାର 803 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 24 ଲକ୍ଷ 31 ହଜାର 513 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 40 ହଜାର 559 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 179 କୋଟି 91 ଲକ୍ଷ 57 ହଜାର 486 ଡୋଜ ଟିକା ଦିଆଯାଇଛି । ଗତକାଲି 18 ଲକ୍ଷ 18 ହଜାର 511 ଡୋଜ ଟୀକା ଦିଆଯାଇଛି ।


ସେୟାର କରନ୍ତୁ