ଯୌନ ଉତ୍ପୀଡ଼ନ ମାମଲାରେ କୋରିଓଗ୍ରାଫରଙ୍କ ବିରୋଧରେ ହେଲା ଚାର୍ଜସିଟ୍ ଦାଖଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : 2020 ମସିହାରେ ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଯୌନ ଉତ୍ପୀଡ଼ନ ମାମଲାରେ ଦାଖଲ ହୋଇଥିବାର ଏକ ନୂଆ ଅପଡେଟ ଆସିଛି। ଯୌନ ଉତ୍ପୀଡ଼ନ ତଥା ପିଛା କରିବା ଭଳି ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି ।

ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଜଣେ ମହିଳା କୋ-ଡ୍ୟାନସ ଅଭିଯୋଗ କରିଥିଲେ । ଏନେଇ ଗୁରୁବାର ଦିନ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଆଇନର ବିଭିନ୍ନ ଧାରା ଅନୁଯାୟୀ ଗଣେଶ ଆଚାର୍ଯ୍ୟଙ୍କ ସହ ତାଙ୍କର ଆସିଷ୍ଟାଣ୍ଡଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗର ଯାଞ୍ଚ କରୁଥିବା ଓସିୱାରା ପୋଲିସ ଅଧିକାରୀ ସନ୍ଦୀପ ସିନ୍ଦେ କହିଛନ୍ତି ଯେ ଅଂଧେରୀର ମେଟ୍ରୋ ପଲିଟନ ମାଜିଷ୍ଟ୍ରେଟ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି ।

ମନେ ପକାଇ ଦେଉଛୁ, 2020 ମସିହାରେ ଗଣେଶ ଆଚାର୍ଯ୍ୟଙ୍କ ସହ-ନୃତ୍ୟଶିଳ୍ପୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ଅନେକ ଅଭିଯୋଗ ଆଣିଥିଲେ, ଯାହା ପରେ ପୋଲିସ ଆଚାର୍ଯ୍ୟ ଏବଂ ତାଙ୍କ ସହାୟକଙ୍କୁ ଧାରା 354-ଏ (ଯୌନ ନିର୍ଯ୍ୟାତନା), 354-ସି, (ଭୋଇରିଜିମ୍) ଅଧୀନରେ ଅଭିଯୋଗ କରିଥିଲା । 354-D (ପିଛା କରିବା), 509 (ମହିଳାଙ୍କ ମର୍ଯ୍ୟାଦାକୁ ଅପମାନ କରିବା), 323 (ଆଘାତ କରିବା), 504 (ଉଦ୍ଦେଶ୍ୟମୂଳକ ଅପମାନ), 506 (ଅପରାଧିକ ଧମକ) ଏବଂ 34 (ଅପରାଧ କରିବାକୁ ଇଚ୍ଛା) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ନିକଟରେ ଗଣେଶ ଏବଂ ତାଙ୍କ ଦଳ ବ୍ରହ୍ମାସ୍ତ୍ରର ଶେଷ ସିଡ୍ୟୁଲ ପାଇଁ ବନାରସରେ ଦେଖିବାକୁ ମିଳିଥିଲା ​​। ଗଣେଶ ଆଚାର୍ଯ୍ୟଙ୍କ ଦ୍ୱାରା କୋରିଓଗ୍ରାଫି ହୋଇଥିବା ରଣବୀର ଏବଂ ଆଲିଆଙ୍କ ଏକ ଗୀତ ଏଠାରେ ସୁଟିଂ କରାଯାଇଥିଲା ।


ସେୟାର କରନ୍ତୁ