କଂଗ୍ରେସ ଟ୍ରାକକୁ ଫେରିବାକୁ ହେଉଛି ପ୍ରସ୍ତୁତ ? ସୋନିଆ ଗାନ୍ଧୀ ଡାକିଲେ ସଭା, ବଡ ନେତାମାନଙ୍କ ସହ ପ୍ରଶାନ୍ତ କିଶୋର ମଧ୍ୟ ପହଞ୍ଚିଥିଲେ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ସୋନିଆ ଗାନ୍ଧୀ ଶନିବାର ଅପରାହ୍ନରେ ଦଳର ଏକ ଜରୁରୀ ବୈଠକ ଡାକିଛନ୍ତି । 10 ଜନପଥରେ ସୋନିଆ ଗାନ୍ଧୀଙ୍କ ଘରେ ମଧ୍ୟାହ୍ନ 12 ଟାରୁ ଆରମ୍ଭ ହୋଇଥିବା ଏହି ସଭାରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇନଥିଲେ । ତେବେ ରାହୁଲ ଗାନ୍ଧୀ ଏହି ସଭାରେ ଉପସ୍ଥିତ ଥିଲେ। ଏହି ସଭାରେ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଡକାଯାଇଥିଲା । ଏହି ସଭାରେ ମଲ୍ଲିକାର୍ଜୁନ ଖଡ଼ଗେ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଜୟରାମ ରମେଶ, ମୁକୁଲ ୱାସନିକ, ଦିଗବିଜୟ ସିଂହ ଏବଂ ଅଜୟ ମାକେନଙ୍କ ପରି ବରିଷ୍ଠ ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

କଂଗ୍ରେସର ପ୍ରଦର୍ଶନ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ମାସରେ, 5ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ଦଳକୁ ସବୁ ସ୍ଥାନରେ ଖରାପ ପରାଜୟର ସାମ୍ନା କରିବାକୁ ପଡିଥିଲା । କୁହାଯାଉଛି ଯେ ଦଳର ହଜିଯାଇଥିବା ସମର୍ଥନ ଆଧାରକୁ ପୁନର୍ଜୀବିତ କରିବା ଏବଂ ଦଳକୁ ମଜବୁତ କରିବା ପାଇଁ ଏହି ଜରୁରୀ ବୈଠକ ଡକାଯାଇଛି । ଏହି କାରଣରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଡକାଯାଇଛି । ପାର୍ଟିରେ ଏକ ବଡ଼ ଧରଣର ବଦଲାବ୍ ପରିବର୍ତ୍ତନର ଚର୍ଚା ମଧ୍ୟ ଜୋର ଧରିଛି । କେବଳ ଏତିକି ନୁହେଁ ଖୁବ ଶୀଘ୍ର ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ​​ଦଳର ଆଖି ମଧ୍ୟ ରହିଛି । ଦଳ ନିଜକୁ ମଜବୁତ କରିବାକୁ ଏବଂ ଏଠାରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି । ଏହା ବ୍ୟତୀତ ଦଳ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛି, ଯାହା ଦ୍ୱାରା ଏହା ବିଜେପିକୁ ଟକ୍କର ଦେଇପାରିବ ।

ଏହି ସମୟରେ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଏକ ଆଲୋଚନା ହେଉଛି । ଖୁବ୍ ଶୀଘ୍ର ତାଙ୍କୁ ଦଳର ସଦସ୍ୟତା ଦିଆଯାଇପାରେ । ଦଳ ମଧ୍ୟ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇପାରେ । କୁହାଯାଉଛି ଯେ ପାର୍ଟି ପ୍ରଶାନ୍ତ କିଶୋରଙ୍କ ସହ ଦୀର୍ଘ ସମୟ ଧରି କଥା ହେଉଥିଲା । ପ୍ରଶାନ୍ତ ମଧ୍ୟ ହାଇ କମାଣ୍ଡକୁ ଅନେକ ପରାମର୍ଶ ଦେଇଥିଲେ ।


ସେୟାର କରନ୍ତୁ