କଣ KGF Chapter 2ର ସଫଳତାରେ ପ୍ରେସରରେ ଅଛନ୍ତି ବାହୁବଳୀ ଅଭିନେତା ପ୍ରଭାସ ?

ସିନେମା
ସେୟାର କରନ୍ତୁ

Prabhas on KGF 2 Success: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ ରିଲିଜ ହେବାପରେ ବକ୍ସ ଅଫିସରେ ଧମାଲ ମଚାଉଛି । ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ବିଶ୍ୱସାରା 130 କୋଟି ସଂଗ୍ରହ କରିସାରିଛି । ଏହି ଫିଲ୍ମର ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନକୁ ନେଇ ବାହୁବଳୀ ଅଭିନେତା ପ୍ରଭାସଙ୍କ ବୟାନ ଚର୍ଚାରେ ଅଛି ।ଏହି ଫିଲ୍ମର ନିର୍ଦେଶନା ପ୍ରଶାନ୍ତ ନୀଳ କରିଛନ୍ତି । ଇଏ ସେହି ପ୍ରଶାନ୍ତ ନୀଳ ଯାହାଙ୍କର ଆସୁଥିବା ଫିଲ୍ମ salar ରେ ବାହୁବଳୀ ଅଭିନେତା ମୁଖ୍ୟ ଭୂମିକାରେ ଅଛନ୍ତି । ଏବେ ଏହି ନିକଟରେ ଫିଲ୍ମର ସଫଳତା ଓ ସେଥିପାଇଁ ସେ ଦବାବରେ ଅଛନ୍ତି କି ବୋଲି ପଚରାଯାଇଥିଲା । ଅଭିନେତା ଏହି ଦୁଇ ପ୍ରଶ୍ନର ଉତ୍ତର ଏମିତି ଦେଲେ ଯେ ଯାହାର ଚର୍ଚା ହେଉଅଛି ।

ପ୍ରଭାସ ଏହି ନିକଟରେ ଏକ ୱେବ ସାଇଟ dna ରେ exclusive କଥାବାର୍ତା କରିଛନ୍ତି । କଥାବାର୍ତା କରି କହିଛନ୍ତି ,ପ୍ରଶାନ୍ତ ନୀଳ blockbuster ଫିଲ୍ମ ଡେଲିଭର କରିଛନ୍ତି ,ସେ ମୋର ନିର୍ଦେଶକ ଅଟନ୍ତି । ଏହା ବଡ ଖବର ଅଟେ । ଆମେ ସବୁ ତାଙ୍କ ପାଇଁ ବହୁତ ଖୁସି ଅଛୁ ।

ଏହି ଫିଲ୍ମର ସଫଳତାକୁ ନେଇ ଯେତେବେଳେ ପଚରାଗଲା କି ସେ ପ୍ରେସର ଫିଲ କରୁଛନ୍ତି ? ଉତ୍ତରରେ ଅଭିନେତା କହିଲେ ମୁଁ ଚାପ କଣ ପାଇଁ ଅନୁଭବ କରିବି । ମୁଁ ତ କେଜିଏଫ ଚାପ୍ଟର 2’ର ପୁରା ଟିମ ପାଇଁ ବହୁତ ଖୁସି ଅଛି ।

ବାହୁବଳୀ ଫିଲ୍ମ ର ଅପାର ସଫଳତା ପରେ ପ୍ରଭାସଙ୍କ ପପୁଲାରିଟି ବହୁତ ବଢିଥିଲା । ତେବେ କେଜିଏଫ ଚାପ୍ଟର 2 ର ଅପାର ସଫଳତା ୟସଙ୍କୁ ପ୍ୟାନ ଇଣ୍ଡିଆ ଷ୍ଟାର ବନେଇଦେଇଛି । ଖାସ କଥା ଏହି ଯେ କେଜିଏଫ ଚାପ୍ଟର 2’ର ନିର୍ଦେଶକ ପ୍ରଶାନ୍ତ ନୀଳଙ୍କ ସହ ପ୍ରଭାସ ପ୍ରଥମଥର salar ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମର ଘୋଷଣା 2020 ରେ ହୋଇଥିଲା । ଏହି ଫିଲ୍ମ ସହିତ ପ୍ରଭାସ କନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବିଉ କରିବେ ।


ସେୟାର କରନ୍ତୁ