ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ସୋନ୍ପୁର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଆଉ କିଛି କିଛି ସ୍ଥାନରେ ଏବେ 44 ଡିଗ୍ରୀ ମଧ୍ୟ ଟପିବାକୁ ବସିଲାଣି । ଖରା ଯେଉଁ ଭଳି ଭାବରେ ତାର ପ୍ରକୋପ ଦେଖାଇଲାଣି ତାକୁ ନେଇ ଚିନ୍ତାରେ ଏବେ ଲୋକେ । ଦିନ 9 ଟା ହେଲା ବେଳକୁ ଖରା ଜୋର୍‌ ହେଉଛି ଏବଂ ବାହାରକୁ ବାହାରିବା କଷ୍ଟ ହେଉଛି ।

ତେବେ ଆଜି ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା 43.5 ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ବିଭିନ୍ନ ସହରରେ 40 ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ତାପମାତ୍ରା 43 ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ 42.7 ଡିଗ୍ରୀ, ବାରିପଦାରେ 41.8 ଡିଗ୍ରୀ, ଝାରସୁଗୁଡ଼ାରେ 42.6 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ଭବାନୀପାଟଣାରେ 41.2 ଡିଗ୍ରୀ, ହିରାକୁଦରେ 40.3, କେନ୍ଦୁଝରରେ 40.1 ଡିଗ୍ରୀ, ସମ୍ୱଲପୁରରେ 42.2 ଡିଗ୍ରୀ, ଟିଟିଲାଗଡ଼ ଏବଂ ପାରଳାଖେମୁଣ୍ଡିରେ 41.5 ଡିଗ୍ରୀ, ବୌଦ୍ଧ ଏବଂ ସୁନ୍ଦରଗଡ଼ରେ 42.5 ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।


ସେୟାର କରନ୍ତୁ