‘ମୋଦୀ ସରକାରରେ ମାସକୁ ମାସ ମହଙ୍ଗାଇ ଏକ ନୂତନ ରେକର୍ଡ ସୃଷ୍ଟି କରୁଛି’, କଂଗ୍ରେସର କେନ୍ଦ୍ର ଉପରେ ପ୍ରହାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ମହଙ୍ଗାଇକୁ ନେଇ କେନ୍ଦ୍ର ଉପରେ ଟାର୍ଗେଟ କରି କଂଗ୍ରେସ ପୁଣି ଥରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି । କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟୱାଲା ଏକ ଟୁଇଟ୍ ମାଧ୍ୟମରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସୂର୍ଯ୍ୟୱାଲା ଲେଖିଛନ୍ତି ଯେ ମୋଦୀ ସରକାରରେ ମହଙ୍ଗାଇ ମାସକୁ ମାସ, ବର୍ଷକୁ ବର୍ଷ ମୁଦ୍ରାସ୍ଫୀତି ଏକ ନୂଆ ରେକର୍ଡ ସୃଷ୍ଟି କରୁଛି । ସୂର୍ଯ୍ୟୱାଲାଙ୍କ ଟୁଇଟ୍ ଅନୁଯାୟୀ, Wholesale Price Inflation (WPI) ଫେବୃଆରୀ 2022 ରେ 13.11% ଥିଲା, ବର୍ତ୍ତମାନ ମାର୍ଚ୍ଚ 2022 ରେ 14.55% ରହିଛି । ମାର୍ଚ୍ଚ 2021 ରେ WPI 7.89% ଥିଲା । ଗୋଟିଏ ବର୍ଷରେ ମହଙ୍ଗାଇ ପ୍ରାୟ ଦ୍ୱିଗୁଣିତ ହୋଇଛି ?


ସେୟାର କରନ୍ତୁ