33 ସେକେଣ୍ଡରେ 52 ବ୍ୟାକ୍ ଫ୍ଲିପ୍, 7ବର୍ଷର ସାନବି’ର ଟ୍ୟାଲେଣ୍ଟ ଦେଖି ଟାଇଗର ଶ୍ରଫଙ୍କ ଉଡ଼ିଗଲା ହୋସ ,ବନାଇଲେ ବିଶ୍ୱ ରେକର୍ଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଟାଇଗର ଶ୍ରଫ ଫିଟନେସ ଫ୍ରୀକ ଅଟନ୍ତି ଓ ତାଙ୍କ ଟ୍ୟାଲେଣ୍ଟ ବିଷୟରେ ଆମେ କଣ କହିବା । ଏହା ତ ସାରା ବଲିଓଡ଼ ଓ ତାଙ୍କ ପ୍ରଶଂସକ ମାନେ ଜାଣିଛନ୍ତି । ଟାଇଗର ଶ୍ରଫ ଯେତିକି ଡ୍ୟାନ୍ସର ଆଗ୍ରହୀ ସେତିକି ଫିଟନେସର ଦିବାନି ଅଟନ୍ତି । କିନ୍ତୁ 7 ବର୍ଷର ସାନବି ନେଗୀ ଟାଇଗର ଶ୍ରଫଙ୍କ ହୋସ ଉଡାଇଦେଇଛି ।

ଏସବୁ ହୋଇଛି ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟ୍ରସ 5 ର ମଞ୍ଚ ଉପରେ । ଯେଉଁଠାରେ ପହଞ୍ଚିଥିଲେ ଟାଇଗର ଶ୍ରଫ ନିଜର ଫିଲ୍ମ ହିରୋପନ୍ତି 2’ର ପ୍ରମୋସନ କରିବା ପାଇଁ । ଏଠାରେ ପହଞ୍ଚି ତାଙ୍କର ସାମ୍ନା ହେଲା ସାନବି ନେଗୀଙ୍କ ସହିତ । ସାନବି ସୋ’ରେ କନଟେଷ୍ଟେଣ୍ଟ ସେ ଟାଇଗରଙ୍କୁ ବ୍ୟାକ୍ ଫ୍ଲିପ୍ ପାଇଁ ଚ୍ୟାଲେଞ୍ଜ କରିଥିଲେ । ଟାଇଗର ଚ୍ୟାଲେଞ୍ଜକୁ ମାନି ନିଅନ୍ତି ଓ ଛୋଟ ସାନବି ଠାରୁ ହାରି ଯାଆନ୍ତି । ସାନବି ନେଗୀ 33 ସେକେଣ୍ଡରେ 52 ବ୍ୟାକ୍ ଫ୍ଲିପ୍ ମାରନ୍ତି । ଏହା ସହିତ ସାନବି ସବୁଠାରୁ ଶୀଘ୍ର ବ୍ୟାକ୍ ଫ୍ଲିପ୍ ମାରିବାର ବିଶ୍ୱ ରେକର୍ଡ ବନାଇଲେ ।

ସାନବିର ଏପରି ଟ୍ୟାଲେଣ୍ଟ ଦେଖିଲା ପରେ ଟାଇଗର ଶ୍ରଫ ନିଜକୁ ଏହି ଛୋଟ କଳାକାରର ପ୍ରଶଂସା କରିବାରେ ନିଜକୁ ରୋକିପାରିଲେ ନାହିଁ । ସାନବିକୁ ବ୍ୟାକ୍ ଫ୍ଲିପ୍ କରିବା ଦେଖି ଟାଇଗର ରୋମାଂଚିତ ହୋଇଉଠିଲେ । ତାଙ୍କ ଅନୁସାରେ ବ୍ୟାକ୍ ଫ୍ଲିପ୍ କରିବା ପାଇଁ ବହୁତ ଆତ୍ମବିଶ୍ୱାସ କରିବାକୁ ବହୁତ ଅଭ୍ୟାସ କରିବାକୁ ପଡିଥାଏ ଓ ସେ ପ୍ରଥମରୁ କମ ବୟସରେ ଏକ ରେକର୍ଡ ରଖିଛନ୍ତି । ମୁଁ ତାହା ସହିତ ପ୍ରତିଯୋଗିତା କରିବାର ଚେଷ୍ଟା କଲି ,କିନ୍ତୁ ମୋ ପାଖରେ ହାରିବା ସ୍ୱୀକାର କରିବା ଛଡା ଅଲଗା ବିକଳ୍ପ ନାହିଁ । ଏହି ସୋ’କୁ ଯେଉଁଠି ଭାନୁଷାଳି ହୋଷ୍ଟ କରୁଛନ୍ତି ଓ ସେଇଠି ରେମୋ ଡିସୁଜା ଓ ସୋନାଲି ବେନ୍ଦ୍ରେ ଶୋ’ରେ ଜଜ କରୁଛନ୍ତି ।


ସେୟାର କରନ୍ତୁ