ତାତିର ଜ୍ୱାଳାରେ ସିଝିବ ରାଜ୍ୟ, ଗରମରେ ଛଟପଟ ହେବାକୁ ପଡିବ ଆହୁରି 5ଦିନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ତାତିରେ ଛଟପଟ ସାରା ଓଡ଼ିଶା । ଦିନ 10ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇଯାଉଛି । ସୋମବାର ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର 21ଟି ସ୍ଥାନରେ ପାରଦ 40 ଡିଗ୍ରୀ ଡେଇଁଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । କିନ୍ତୁ, ଆସନ୍ତା 4-5 ଦିନ ଧରି ତାତି କମିବାର ସମ୍ଭାବନା ନାହିଁ । ଅର୍ଥାତ୍‌ ଗ୍ରୀଷ୍ମ ଜ୍ୱାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ବର୍ତ୍ତମାନ ସ୍ୱାଭାବିକଠାରୁ 2ରୁ 3 ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ଓ ଭୁବନେଶ୍ୱରରେ ପାରଦ 40 ଟପିଛି । ଆଜି ଦିନ ଭିତରେ ଝାରସୁଗୁଡ଼ା ଓ ସୋନପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହୋଇପାରେ । 21ରୁ କାଳବୈଶାଖୀ ବଢ଼ିପାରେ । ତଥାପି ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ।


ସେୟାର କରନ୍ତୁ