ପ୍ରତି ଦିନ ପିଅନ୍ତୁ ଗୋଟିଏ ଗ୍ଲାସ ବେଲପଣା: ଆସନ୍ତୁ ଜାଣିବା ଏହା ଶରୀର ପାଇଁ କଣ ଲାଭ ଦେଇଥାଏ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଭୁବନେଶ୍ୱର : ଖରାଦିନେ ବେଲ ପଣା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ବିଶେଷ କରି ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଏହାକୁ ରାମ ବାଣ ସଦୃଶ ଔଷଧ ବୋଲି କୁହାଯାଏ । ଆହୁରି ମଧ୍ୟ ଏହାକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଶରୀରରେ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଆସନ୍ତୁ ଜାଣିବା ଏହା ଛଡ଼ା ଆଉ କଣ ଲାଭ ହୋଇଥାଏ ବେଲପଣା ପିଇବା ଦ୍ୱାରା ।

ଯଦି ଆପଣ ଗରମ ସମୟରେ ବେଲ ପଣା ପିଅନ୍ତି ତାହେଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କୌଣସି ରୋଗ ଆପଣଙ୍କୁ ସହଜରେ ହୋଇନଥାଏ ଓ ରୋଗ ସହିତ ଲଢ଼ିବାକୁ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ । ବେଲ ପଣାରେ ପ୍ରୋଟିନ,ବିଟା କେରୋଟିନ, ଥାୟମିନ, ରାଇବୋଫ୍ଲୋବିନ ଓ ଭିଟାମିନ-ସି ଭଳି ପୋଷକ ତତ୍ୱ ମିଳିଥାଏ ।

ଶରୀରରେ ରକ୍ତ ପରିଷ୍କାର କରିବା ପାଇଁ ବେଲପଣା ବହୁତ ଲାଭ ଦାୟକ ହୋଇଥାଏ । କିନ୍ତୁ ରକ୍ତ ପରିଷ୍କାର କରିବା ପାଇଁ ବଜାରରେ ଅନେକ ପ୍ରକାର ଔଷଧ ମିଳୁଛି, କିନ୍ତୁ ବେଲପଣା ପ୍ରାକୃତିକ ବିକଳ୍ପ। ଯାହାକୁ ଆପଣ ପିଇ ପାରିବେ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ।

ଏହାଛଡ଼ା ବେଲ ପଣାରେ ଅଳ୍ପ ଘିଅ ମିଶାଇ ପିଇଲେ ଶରୀରରେ ଏହାର ଭଲ ଲାଭ ଦେଖିବାକୁ ମିଳିଥାଏ । ଏହାଦ୍ୱାରା ହୃଦରୋଗ ସମସ୍ୟା ଦୂର ହୋଇଥାଏ ଓ ହୃଦଘାତ ହେବାର ବହୁତ କମ ସମ୍ଭାବନା ଥାଏ ।

ବେଲ ପଣା ପିଇବା ମହିଳାମାନଙ୍କ ପାଇ ବହୁତ ଲାଭ ଦାୟକ ହୋଇଥାଏ । ଏହା ସ୍ତନ କର୍କଟ ରୋଗରୁ ମୁକ୍ତି ଦେଇଥାଏ। ଯେଉଁ ମହିଳାମାନେ ଛୋଟ ପିଲାଙ୍କୁ ସ୍ତନ୍ୟ ପାନ କରାଇଥାଆନ୍ତି ତାଙ୍କ ପାଇଁ ମଧ୍ୟ ଏହା ବହୁତ ଉପଯୋଗୀ । ଏହା ଦ୍ୱାରା ସ୍ତନ୍ୟ କରାଉଥିବା ମହିଳାଙ୍କର ସ୍ତନ୍ୟପାନ କ୍ଷମତା ବଢ଼ିଥାଏ ।

ଆପଣ ବେଲ ପଣା ସକାଳେ ଖାଲି ପେଟରେ ବା ଦ୍ୱିପ୍ରହରେ ପିଇ ପାରିବେ । କିନ୍ତୁ ମନେରଖନ୍ତୁ ସଙ୍ଗେସଙ୍ଗେ ଖାଇବା ପରେ ବା ଚା କଫି ପିଇ ସାରିବା ପରେ ଏହାକୁ ପିଅନ୍ତୁ ନାହିଁ। କାରଣ ଏପରି କଲେ ଲାଭ ହେବା ବଦଳରେ ଶରୀରରେ କ୍ଷତି ହୋଇପାରେ ।


ସେୟାର କରନ୍ତୁ