ରାଜ୍ୟର 21 ସହରର ତାପମାତ୍ରା 40 ଡିଗ୍ରି ଉପରେ, ସୋନପୁର ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ ଆଜି ସୋନପୁର ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମୁତାବକ ଏଠାରେ ତାପମାତ୍ର 44.4 ଡିଗ୍ରି ରେକର୍ଡ ହୋଇଛି ।

ତେବେ ଆଜି ରାଜ୍ୟର 21ଟି ସହରର ତାପମାତ୍ରା 40 ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗୀରରେ 44.3, ଟିଟିଲାଗଡ଼ରେ 43.5, ଅନୁଗୁଳରେ 43.1, ବାରିପଦାରେ 41.0, ଝାରସୁଗୁଡ଼ାରେ 42.8, କେନ୍ଦୁଝରରେ 40.2, ସମ୍ବଲପୁରରେ 42.4, ସୁନ୍ଦରଗଡ଼ରେ 42.5, ହୀରାକୁଦରେ 41.6, ଭବାନୀପାଟଣାରେ 42.0, ତାଳଚେରରେ 40.6, ଭଦ୍ରକରେ 40.0, ଢେଙ୍କାନାଳରେ 40.0, ଦେବଗଡ଼ରେ 42.0, ବରଗଡ଼ରେ 40.5, ନୂଆପଡ଼ାରେ 41.0, ଖୋର୍ଦ୍ଧାରେ 40.0, ବୌଦ୍ଧରେ 43.0, ପାରଳାଖେମୁଣ୍ଡିରେ 41.0 ଓ ମାଲକାନଗିରିରେ 40.0 ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ 2 ଦିନ ଯାଏଁ ଦିନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ 3ରୁ 4 ଡିଗ୍ରି ଅଧିକ ରହିବା ସମ୍ଭାବନା ରହିଛି ।


ସେୟାର କରନ୍ତୁ