କଟକ ଚଣ୍ଡୀ ମନ୍ଦିରରେ 5T ସଚିବ

ରାଜ୍ୟ
ସେୟାର କରନ୍ତୁ

କଟକ : କଟକ ଚଣ୍ଡୀ ମନ୍ଦିରରେ 5T ସଚିବ । କଟକରେ ମା’ କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାମର ସମୀକ୍ଷା କଲେ 5T ସଚିବ ଭି କେ ପାଣ୍ଡିଆନ୍ । ପ୍ରକଳ୍ପର ରୁପରେଖ ନେଇ ମନ୍ଦିର ସମ୍ପର୍କିତ ବିଭିନ୍ନ ବିଷୟରେ ମୁଖ୍ୟ ପୂଜକଙ୍କ ସହ ସେ ଆଲୋଚନା କରିବା ସହ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିଛନ୍ତି ପାଣ୍ଡିଆନ୍ । ତେବେ ତାଙ୍କ ସାଙ୍ଗରେ କଟକ ଜିଲ୍ଲାପାଳ, କଟକ ଡିସିପି ଓ ମହାନଗର ନିଗମ କମିସନର ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଥିଲା କଟକକୁ ନୂଆ ରୂପ ଦେବାକୁ ସରକାର ଉଦ୍ୟମ କରୁଥିବା ବେଳେ ମା’ କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନା ମଧ୍ୟ ହାତକୁ ନିଆଯାଇଛି । ମନ୍ଦିରକୁ କିଭଳି ଅଧିକ ଆକର୍ଷଣୀୟ ଓ ବ୍ୟବସ୍ଥିତ କରାଯାଇ ପାରିବ, ସେ ଦିଗରେ ଯୋଜନା ପ୍ରସ୍ତୁତ ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସହିତ ଏକ ପର୍ଯ୍ୟଟନସ୍ଥଳୀର ରୂପ ଦେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଥିଲା ।

କଟକର ଅନ୍ୟତମ ପରିଚୟ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ମୁଖ୍ୟ ଦ୍ବାର, ମୂଳ ମନ୍ଦିରକୁ ଅତୁଟ ରଖି ତାହାକୁ କିଭଳି ଅଧିକ ଆକର୍ଷଣୀୟ ଓ ମନ୍ଦିର ଭିତର ବ୍ୟବସ୍ଥାକୁ ଅଧିକ ସୁସଂଗତ କରାଯାଇ ପାରିବ ‌ସେ ଦିଗରେ ଯୋଜନା କରାଯାଉଥିବା ଜଣାଯାଇଛି। 5- ଟି ସଚିବଙ୍କ ଗସ୍ତ ପରେ ଚଣ୍ଡୀ ମନ୍ଦିରର ଉନ୍ନୟନ କାମ ଆଗେଇବ ବୋଲି କୁହାଯାଉଛି ।


ସେୟାର କରନ୍ତୁ