ଆଲିଆ ଭଟ୍ଟ-ରଣବୀର କପୁରଙ୍କ 2004 ମସିହାର ଫୋଟୋ ଭାଇରାଲ, 11 ବର୍ଷ ବୟସରେ ଆରକେଙ୍କୁ ଦେଇ ବସିଥିଲେ ହୃଦୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ରଣବୀର କପୁର ଓ ଆଲିଆ ଭଟ୍ଟ ଦୁଇ ଜଣ ଲମ୍ବା ସମୟ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ଜଣଙ୍କ ବିବାହ ପରେ ବି ନୂଆ ଏବଂ ଅଦେଖା ଫୋଟୋ ଭାଇରାଲ ହେଉଛି । କିନ୍ତୁ ଏହି ନିକଟରେ 18 ବର୍ଷ ପୁରୁଣା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି । ଏହି ଫୋଟୋରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ କାନ୍ଧରେ ମୁଣ୍ଡ ରଖିଥିବା ଦେଖାଯାଉଛି । ଅଭିନେତ୍ରୀଙ୍କ ବୟସର କଥା କହିଲେ ସେ ସମୟରେ ଆଲିଆ ଭଟ୍ଟ ମାତ୍ର 11 ବର୍ଷ ବୟସର ଥିଲେ ଓ ରଣବୀର 21 ବର୍ଷର ଥିଲେ ।

ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ରଣବୀର ଓ ଆଲିଆକୁ ନେଇ ଫିଲ୍ମ ବନାଇବାକୁ ଚାହୁଁଥିଲେ । ଯାହାକୁ ନେଇ ଆଲିଆ ଏକ ସ୍କ୍ରିନ ଟେଷ୍ଟ ଦେଇଥିଲେ । ରଣବୀର କପୁର ସେ ସମୟରେ ସଞ୍ଜୟ ଲୀଳା ଭନସାଲିଙ୍କ ସହିତ ଆସିଷ୍ଟାଣ୍ଟ ଥିଲେ । ତେଣେ ଆଲିଆ ଓ ରଣବୀର ଏକ ଫୋଟୋସୁଟ କରିଥିଲେ । ଏହି ଫୋଟୋସୁଟରେ ଆଲିଆଙ୍କୁ ରଣବୀରଙ୍କ କାନ୍ଧ ଉପରେ ମୁଣ୍ଡ ରଖିବାର ଥିଲା । ଏତିକି ନୁହେଁ ସେ ମନକୁ ମନ ରଣବୀରଙ୍କୁ ନିଜର ହୃଦୟ ଦେଇ ବସିଥିଲେ ।

ଆଲିଆ ଭଟ୍ଟ ଏକ ଇଣ୍ଟରଭିୟୁରେ କହିଛନ୍ତି, ସେ ରଣବୀରଙ୍କ କାନ୍ଧ ଉପରେ ମୁଣ୍ଡ ରଖିବାକୁ ବହୁତ ଲାଜେଇ ଯାଇଥିଲେ । ତେଣେ ଦୁଇଜଣ ଏବେ 2022 ରେ ବିବାହ କରିଛନ୍ତି । ପ୍ରଶଂସକ ଦୁଇଜଣଙ୍କୁ ତାଙ୍କର ବିବାହର ବହୁତ ବଧାଇ ଦେଉଛନ୍ତି । ଏବେ ଦୁଇଜଣ ଫିଲ୍ମ ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ । ଦର୍ଶକ ଏହି ଫିଲ୍ମକୁ ରିଲିଜ ହେବାକୁ ଅପେକ୍ଷା କରିପାରୁନାହାନ୍ତି । ବତାଇ ଦେଉଛୁ କି ଏହି ଫିଲ୍ମକୁ 9 ସେପଟେମ୍ବରରେ ସିନେମା ଘରେ ରିଲିଜ କରାଯିବ ।


ସେୟାର କରନ୍ତୁ