25 ସହରରେ ପାରଦ 40 ଡିଗ୍ରୀ ଉପରେ, 45 ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର: ରାଜ୍ୟରେ ଲଗାତାର ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅଧିକ ହେବାରେ ଲାଗିଛି । ଖରା ଅସହ୍ୟ ହେବାରେ ଲାଗିଛି । ପ୍ରବଳ ଖରା ସହିତ ଗରମ ଯୋଗୁଁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ତାତିରୁ କେବେ ମିଳିବ ନିସ୍ତାର, ସେ ସବୁକୁ ନେଇ ସମସ୍ତେ ଚିନ୍ତିତ । ଆସନ୍ତା ଦୁଇଦିନ ଯାଏଁ ଏହି ଭଳି ଗ୍ରୀଷ୍ମ ପ୍ରବାହ ଲାଗିରହିବା । କିନ୍ତୁ ଆସନ୍ତା 1 ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଅନ୍ୟପଟେ 25 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ 44 ଡିଗ୍ରୀ ଉପରେ 5ଟି ସହର ରହିଛି । ନଅଟି ସ୍ଥାନରେ ପାରଦ 43 ଡିଗ୍ରୀ ରହିଛି । ଗତକାଲି ପରି ଆଜି ମଧ୍ୟ ବୌଦ୍ଧ ଜିଲ୍ଲା ଉତ୍ତାପରେ ରେକର୍ଡ କରିଛି । ଶୁକ୍ରବାର ବୌଦ୍ଧରେ 45 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳରେ 44.7, ଦେବଗଡରେ 44.6, ତାଳଚେରରେ 44.5 ଏବଂ ବଲାଙ୍ଗିରରେ ତାପମାତ୍ରା 44 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡରେ 43.8, ସୋନପୁରରେ 43.6, ଝାରସୁଗୁଡାରେ 43.4 ଏବଂ ସୁନ୍ଦରଗଡରେ ପାରଦ 43 ଡିଗ୍ରୀ ରହିଛି। ଟ୍ଵିନ ସିଟିରେ ଆଜି ପାରଦ 40 ଉପରେ ରହିଛି। କଟକରେ ତାପମାତ୍ରା 40.1 ଏବଂ ଭୁବନେଶ୍ଵରରେ 40.2 ଡିଗ୍ରୀ ରେକର୍ଡ କରାଯାଇଛି ।


ସେୟାର କରନ୍ତୁ