ରଥଯାତ୍ରା : ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହେଲା ସାରା ମୁକ୍ତାପସି

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜଗତର ନାଥ ଶ୍ରୀଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଆଜି ମାଉସୀ ମାଆ ମନ୍ଦିରକୁ ଯାଇଛନ୍ତି । ପହଣ୍ଡି ବିଜେ କରି ରଥରେ ବସି 9 ଦିନ ପାଇଁ ଗୁଣ୍ଡିଚା ରାଣୀ ମନ୍ଦିରକୁ ଆସିଛନ୍ତି ତିନିଠାକୁର । ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । କେବଳ ପୁରୀ କାହିଁକି ଭକ୍ତ ଓ ଭଗବାନଙ୍କର ମହାମିଳନର ମହାନ ପର୍ବ ରଥଯାତ୍ରା ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହର ସହ ଗାଁ’ଠୁ ସହର ସବୁଠି ଦେଖିବାକୁ ମିଳୁଅଛି ।

ତେବେ ରୀତିନୀତିରେ ପାଳିତ ହେଉଥିବା ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ଗ୍ରାମରେ । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ଜୟ ଜଗନ୍ନାଥ, ହରିବୋଲ, ବାଜା ବାଜେଣା, ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଛି ସାରା ମୁକ୍ତାପସି । ଏଠାରେ 2012 ମସିହାରୁ ଏହି ରଥଯାତ୍ରା ରୀତିନୀତିରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ