ରାଜ୍ୟରେ ତାତି ଥମିବାର ନାଁ ଧରୁନି, ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଲଗାତାର ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅଧିକ ହେବାରେ ଲାଗିଛି । ଖରା ଅସହ୍ୟ ହେବାରେ ଲାଗିଛି । ପ୍ରବଳ ଖରା ସହିତ ଗରମ ଯୋଗୁଁ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ତେବେ ପ୍ରବଳ ଖରାରେ ପଶ୍ଚିମ ଓଡ଼ିଶା ଜଳୁଛି । ଲୋକେ ଜରୁରୀ କାମ ନଥିଲେ ବାହାରକୁ ଯାଉନାହାନ୍ତି । ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଶୂନଶାନ ରହୁଛି ।

ଆଜି ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି । 45.5 ଡ଼ିଗ୍ରି ସହ ଟିଟଲାଗଡ଼ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟର 9ଟି ସହରରେ ଦିନ ତାପମାତ୍ରା 44 ଡିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି । ସେହିଭଳି 21 ସହରରେ ଦିନ ତାତି 40 ଡ଼ିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ବୌଦ୍ଧ ଓ ବଲାଙ୍ଗୀରରେ 45 ଡିଗ୍ରି ରେକର୍ଡ ହୋଇଛି । ବୌଦ୍ଧରେ ଲଗାତାର 3ୟ ଦିନରେ 45 ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ଅନୁଗୁଳରେ 44.5, ଝାରସୁଗୁଡ଼ାରେ 44.9, କେନ୍ଦୁଝରରେ 42.0, ସମ୍ବଲପୁରରେ 44.3, ସୁନ୍ଦରଗଡ଼ରେ 44.0, ହୀରାକୁଦରେ 43.6, ଭବାନୀପାଟଣାରେ 42.6, ବଲାଙ୍ଗୀର 45.0, ଫୁଲବାଣୀ 41.9, ତାଳ‌ଚେର 42.7, ଭଦ୍ରକ 41.5, ଯାଜପୁର 41.0, ଦେବଗଡ଼ 41.5, ବରଗଡ଼ରେ 44.4, ନୂଆପଡ଼ାରେ 42.5, ସୋନପୁରରେ 44.7, ନୟାଗଡ଼ରେ 42.0, ପାରଳାଖେମୁଣ୍ଡିରେ 42.5 ଓ ମାଲକାନଗିରିରେ 40 ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।


ସେୟାର କରନ୍ତୁ