ସାମନ୍ଥା ରୁଥ୍ ପ୍ରଭୁ କରିଲେ ଗ୍ଲାମରସ୍ ଫଟୋସୁଟ୍, ଫଟୋ ସେୟାର କରି କହିଲେ – ପୂର୍ବରୁ ଏମିତି କରିବା ପାଇଁ ସାହସ ଜୁଟାଇ ପାରୁ ନଥିଲି …

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାଉଥ କୁଇନ ସାମନ୍ଥା ରୁଥ୍ ପ୍ରଭୁ ସବୁଆଡେ ଛାଇ ରହିଛନ୍ତି । ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ଚାରିଆଡେ ଛାଇ ଯାଇଛନ୍ତି । ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ସାମନ୍ଥା ସବୁବେଳେ ନିଜର ଲୁକ୍ ସହିତ ପ୍ରଶଂସକଙ୍କୁ ପାଗଳ କରି ଦିଅନ୍ତି । ନିକଟରେ ସାମନ୍ଥା ରୁଥ୍ ପ୍ରଭୁ ଏକ ପତ୍ରିକା ପାଇଁ ଏକ ଫଟୋସୁଟ୍ କରିଛନ୍ତି ଯାହାର ଚିତ୍ର ଭାଇରାଲ୍ ହୋଇଛି । ସାମନ୍ଥା ରୁଥ୍ ପ୍ରଭୁ ନିଜର କ୍ୟାରିୟର ବିଷୟରେ କଥା ହୋଇଛନ୍ତି । ନିଜର କ୍ୟାରିୟର ବିଷୟରେ କଥାବାର୍ତ୍ତା କରି ସାମନ୍ଥା କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ନିଜ ତ୍ୱଚାକୁ ନେଇ ଅସହଜ ଅନୁଭବ କରୁଥିଲେ ।

ସାଉଥ ଟପ ଅଭିନେତ୍ରୀ ସାମନ୍ଥା ଏକ ପପୁଲାର ମ୍ୟାଗାଜିନର ମେ-ଜୁନ୍ 2022ରେ କଭର ଗାର୍ଲ ହେବେ । ମ୍ୟାଗାଜିନ୍‌ର କଭର୍ ପେଜ୍ ପାଇଁ ସାମନ୍ଥା ଏହି ବୋଲ୍ଡ ଅନ୍ଦାଜ୍‌ରେ ପୋଜ୍ ଦେଇଛନ୍ତି । ସାମନ୍ଥା ତାଙ୍କ କ୍ୟାରିୟରକୁ ନେଇ ମଧ୍ୟ କଥା ହୋଇଛନ୍ତି । ତାଙ୍କର ଏହି କଭର ସୁଟରୁ ଏକ ଫଟୋ ସେୟାର କରି ସାମନ୍ତ ଲେଖିଛନ୍ତି, ମୁଁ ବିଶ୍ୱାସ କରେ କି ଅନେକ ପ୍ରୋଜେକ୍ଟରେ କାମ କରିସାରିଛି, ମୁଁ ବର୍ତ୍ତମାନ କହିପାରେ ଯେ ମୋର ଆତ୍ମବିଶ୍ୱାସ ଅଛି। ଏହା ସାଧାରଣତଃ ବୟସ ଏବଂ ପରିପକ୍ୱତା ସହିତ ଆସିଥାଏ।

ତାଙ୍କ କ୍ୟାରିୟରକୁ ନେଇ କହିଛନ୍ତି କି – ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ସେ ନିଜ ଚର୍ମ ତଥା ତ୍ବଚାକୁ ନେଇ ଅସହଜ ମନେ କରୁଥିଲି । ହେଲେ ଏବେ ତାହାକୁ ନେଇ କିଛି ସମୟ ଲାଗିଥିଲା ମୁଁ ଆତ୍ମବିଶ୍ୱାସ ସହିତ ଭିନ୍ନ ଭିନ୍ନ ଭୂମିକା ନିଭାଏ । ସେକ୍ସି ଗୀତ ହେଉ କିମ୍ବା ହାର୍ଡକୋର ଆକ୍ସନ୍, ଯାହା ମୁଁ ପୂର୍ବରୁ କରିବାକୁ ସାହସ କରିନଥିଲି । ଏବେ ତାହା କରୁଛି ।

ସାମନ୍ଥାଙ୍କ କାମ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ଅନେକ ବଡ ବଡ ପ୍ରୋଜେକ୍ଟ ଅଛି । ଯେଉଁଥିରେ ‘ଶକୁନ୍ତଲାମ’ ଏବଂ ‘ଯଶୋଦା’ ଭଳି ଫିଲ୍ମ ଅଛି । ଏହା ବ୍ୟତୀତ ସେ ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହା ବ୍ୟତୀତ ସାମନ୍ତ ମଧ୍ୟ ବରୁଣ ଧାୱନଙ୍କ ସହ ମଧ୍ୟ ଏକ ଫିଲ୍ମରେ ନଜର ଆସିବେ ।


ସେୟାର କରନ୍ତୁ